ନୂଆପଡ଼ା – ୨୬/୪ (ସୁରେନ୍ଦ୍ର ତିୱାରୀ) ପୂର୍ବତଟ ରେଳ ବିଭାଗ ଅଧିନରେ ଚାଲିଥିବା ଦୁର୍ଗ- ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଅପ୍ ଓ ଡାଉନ୍ ଟ୍ରେନ୍ ୧୮୪୨୫- (ପୁରୀ – ଦୁର୍ଗ) ଓ ୧୮୪୨୬ ନମ୍ୱର (ଦୁର୍ଗ – ପୁରୀ) ବିଗତ ୧ ବର୍ଷ ରୁ ଉର୍ଦ୍ଧ୍ ହେବ ନିର୍ଦ୍ଧାରିତ ସମୟ ରେ ଟ୍ରେନ୍ ଛାଡ଼ୁ ଥିଲେ ହେଁ ଦୁଇ ଦିଗ ରୁ ଗନ୍ତବ୍ୟ ସ୍ଥଳକୁ ବିଳମ୍ବ ରେ ପହଞ୍ଚିବା ନିତିଦିନିଆ କାର୍ଯ୍ୟ ହୋଇଗଲାଣି। ଉପରୋକ୍ତ ଟ୍ରେନ୍ ଉପରେ ନୂଆପଡ଼ା ଜିଲ୍ଲା ର ଖରିଆର ରୋଡ ଓ ନୂଆପଡ଼ା ରେଳ ଷ୍ଟେସନ ରୁ ଅଞ୍ଚଳ ର ହଜାର ହଜାର ଲୋକ ଉଭୟ ଦିଗ ରେ ଯାତାୟାତ କରିଥାନ୍ତି କିନ୍ତୁ ଟ୍ରେନ୍ ବିଳମ୍ୱ ରେ ଚାଲିବା ଯୋଗୁଁ ରେଳ ଯାତ୍ରୀଙ୍କ ସମୟ ଅପଚୟ ସହିତ ଅଯଥା ଅର୍ଥହାନୀ ହୋଇଥାଏ। ଭୁବନେଶ୍ୱର,କଟକ, ସମ୍ବଲପୁର, ଅନୁଗୋଳ,ପୁରୀ ଓ ମହାସମୁନ୍ଦ, ରାଇପୁର କୁ କିଏ ମେଡିକାଲ କାର୍ଯ୍ୟରେ ତ କିଏ ବ୍ୟବସାୟିକ, କିଏ କୋର୍ଟ ତ କିଏ ଅଫିସ କାର୍ଯ୍ୟ ରେ, ବୁଲା ବୁଲି ଅବସର ବିନୋଦ ପାଇଁ ପର୍ଯ୍ୟଟକ, ଜଗନ୍ନାଥ ଧାମ କୁ ଶ୍ରଦ୍ଧାଳୁ ଯାତ୍ରା କରିଥାନ୍ତି କିନ୍ତୁ ଇଣ୍ଟର ସିଟି ଏକ୍ସପ୍ରେସ ଟ୍ରେନ ସଠିକ ସମୟ ରେ ଗନ୍ତବ୍ୟ ସ୍ଥଳକୁ ବିଳମ୍ବ ରେ ପହଞ୍ଚିବା ଯୋଗୁଁ ରେଳ ଯାତ୍ରୀ ଉପଭୋକ୍ତାଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଏହା ବ୍ୟତିତ ଯାତ୍ରୀମାନେ ନିନ୍ମମାନ ର ବାସି ଖାଦ୍ୟ ସାମଗ୍ରୀ, ଚଢ଼ା ଦର ରେ ବିକ୍ରୀ, ଏପରିକି ରେଳ ନୀର ପାଣି ବୋତଲ ୧୫ ଟଙ୍କା ଦାମ ହେଇଥିଲେ ମଧ୍ୟ ୨୦ ଟଙ୍କା ରେ ବିକ୍ରୀ ହେଉଥିବା ତଥା ଏ ସବୁ ପ୍ରତି ରେଳ ଯାତ୍ରୀ ବିରୋଧ କଲ ପେଣ୍ଟ୍ରିକାର କର୍ମଚାରୀ ରୁକ୍ଷ ବ୍ୟବହାର ଦେଖାଉ ଥିବା ଅଭିଯୋଗ ହେଉଛି ।ସାଧାରଣ ଯାତ୍ରୀ ପାଇଁ ଜେନେରାଲ କୋଚ ବୃଦ୍ଧି ସହ ଠିକ ସମୟ ରେ ଟ୍ରେନ୍ ଚଳାଚଲ ଓ ଉପରୋକ୍ତ ସମସ୍ୟା ପ୍ରତି ପୂର୍ବତଟ ରେଳ ବିଭାଗ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।
