ନୂଆପଡ଼ା -୨୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ଜଳ ବିଭାଜିକା ପ୍ରକଳ୍ପ ରେ ସରକାରୀ ଅର୍ଥ ହେରଫେର ଅଭିଯୋଗ ରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ହୋଇଛି। ଏମଜିଏନଆରଇଜିଏ ଯୋଜନା ର ୫୬ ଲକ୍ଷ ୯୩ ହଜାର ୯୫୭ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ର ତଦନ୍ତ କୋରାପୁଟ ଭିଜିଲାନ୍ସ ବିଭାଗ ଦ୍ଵାରା ଚାଲିଥିଲା। କେଶ ନମ୍ୱର୍ ୧୭/ ୨୪ ଏପ୍ରିଲ ୨୦୨୫ ୧୩(୨) ଆର/ଡବ୍ଲୁ ୧୩ (୧) (ଏ) ପି.ସି. ଅମେଡମେଣ୍ଟ ଏକ୍ଟ ୨୦୧୮ /୩୧୬(୫)/୩୧୮(୪)/୩୩୬(୩) /୬୧(୨) ବିଏନଏସ ରେ ମାମଲା ରୁଜୁ କରି ଠିକାଦାର ଲକ୍ଷ୍ମୀ ଧର ରାଉତରାୟ ଙ୍କୁ ଭିଜିଲାନ୍ସ ଦ୍ଵାରା ଗିରଫ କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଭବାନୀପାଟଣା ରେ ହାଜିର କରାଯାଇଛି ।ଲକ୍ଷ୍ମୀ ଧର ରାଉତରାୟ ନାମକ ବ୍ୟକ୍ତି ଦଲେଇସାହି ବୋଲଗଡ଼ ଜିଲ୍ଲା ନୟାଗଡ଼ ସେ ଖଡିଆଳ ଜଳବିଭାଜିକା ମିଶନ ରେ ପୂର୍ବରୁ ଏଲଏସଟି ପଦବୀ ରେ କାର୍ଯ୍ୟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ ସେ ପୁଣି ଠିକାଦାର ଭିତ୍ତି ରେ ୨୦୨୨-୨୩ ୨୨ ଗୋଟି ଚେକ ଡେମ ର ଫିଲ୍ଡ ବନଡିଂ ଏବଂ ଲୁଜ ବୋଲଡ଼ର୍ କାର୍ଯ୍ୟ କରୁଥିବା ବେଳେ ଏହି କାର୍ଯ୍ୟ ରେ ସରକାରୀ ଅର୍ଥ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଲକ୍ଷ୍ମୀ ଧର ରାଉତରାୟ ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହ ବିଭାଗ ର ଆଉ ଜଣେ କର୍ମଚାରୀ ହରିଶ୍ଚନ୍ଦ୍ର ବେଣ୍ଟକାର ,ଓଭରସିଅର ଙ୍କ ମଧ୍ୟ ସଂପୃକ୍ତି ଥିବା ଜଣାପଡିଛି। ସେମାନେ କୋର୍ଟ ର ଆଶ୍ରୟ ନେଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମୀ ଧର ରାଉତରାୟ ଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖି ପଚରା ଉଚରା କରିଥିବା ବିଭାଗ ପକ୍ଷ ରୁ ପ୍ରକାଶ। ଉପରୋକ୍ତ କେସ ର ଆଉ ଜଣେ ଠିକାଦାର ଅଭିଳାଷ ମେହେରଙ୍କ ମଧ୍ୟ ଉପରୋକ୍ତ କେସ ରେ ସମ୍ପୃକ୍ତି ଥିବା ଜଣା ପଡିଛି। ଭିଜିଲାନସ୍ ବିଭଗ ତଦନ୍ତ ଅବ୍ୟାହତ ରହିଛି।
