ନୂଆପଡା -୧୭/୭ ସକାଳ ଖବର( ସୁରେନ୍ଦ୍ର ପ୍ରସାଦ ତିୱାରି) ଦୁଇ ଗୋଟି ବିଜ୍ଞାପିତ ଅଂଚଳ ପରିଷଦ ନୂଆପଡା ଓ ଖରିଆର ରୋଡ କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ବିଭାଗୀୟ ଆଧିକାରୀଙ୍କ ସହ ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆ ଆଲୋଚନା କରିଛନ୍ତି। ପତୋରା ସ୍ଥିତ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଜଳାଶୟରୁ ପାଇପ ଯୋଗେ ନୂଆପଡା ଏବଂ ଖରିଆର ରୋଡ଼ ଏନେସିକୁ ଜଳ ଯୋଗାଣ ପ୍ରକଳ୍ପ ଉପରେ ଗରୁତ୍ବ ଦେଇ ପ୍ରକଳ୍ପ ର କାର୍ଯ୍ୟ ଅଗ୍ରଗତି ଉପରେ ଆଲୋଚନ କରିଥିଲେ।। ୨୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ କୁ ଶୀଘ୍ର ତ୍ବରାନ୍ନିତ୍ବ କରିବାକୁ ଗୁରୁତ୍ବାରୋପ କରିଥିଲେ। ଦୁଇ ଗୋଟି ଏନଏସିରେ ଗଭୀର ନଳକୂପ ଜଳ ବଣ୍ଟନ ପ୍ରକଳ୍ପ କାର୍ଯ୍ୟ କରୁଅଛି। ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ ରେ ତିଖାଲି ପ୍ରକଳ୍ପରୁ ଜଳ ଯୋଗାଣଆରମ୍ଭ ହୋଇ ଯାଇଛି। ଅଳ୍ପ ଦିନ ମଧ୍ୟରେ ଦୁଇଗୋଟି ଏନଏସି ବାସୀ ପାଇବେ ଶୁଦ୍ଧ ପାନୀୟ ଜଳ।ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ଼ ଥିବାରୁ ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଅପର ଜୋଙ୍କ ପତୋରା ଡ୍ୟାମ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ବିଧାୟକ କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠତି ହୋଇଯାଇଛି।
Comments are closed.