ନୂଆଗାଁ : କଠିନ ପରିଶ୍ରମ , ଏକା ଗ୍ରତା ,ନିଷ୍ଠା,ଅଧ୍ୟବସାୟ ବଳରେ ଅସମ୍ଭବ କୁ ବି ସମ୍ଭବ କରାଯାଇପାରେ।ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଶିତୁ ବେହେରା।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କସିକିଆରି ଗ୍ରାମର ଅନାମ ବେହେରା ଙ୍କ ପୁତ୍ର ଶିତୁ ବେହେରା। ଝାଟି ,ମାଟି ଚାଷୀ ପରିବାର ରେ ଶୀତୁ ଙ୍କ ଜନ୍ମ।ପିଲାଟି ଦିନରୁ ସୀତୁ ଙ୍କ ପାଠ ପ୍ରତି ଆଗ୍ରହ ଦେଖି ବାପା ଅନାମ ବେହେରା ଓ ମା ରଞ୍ଜୁ ବେହେରା ବହୁ ଦୁଃଖ କଷ୍ଟରେ ଚାଷ ଜମି ରେ କାମ କରି ପାଠ ପଢ଼ାଇବା ଦ୍ବାରା ସୀତୁ ମାଟ୍ରିକ ପରୀକ୍ଷାରେ 65 ପ୍ରତିଶତ ମାର୍କ ରଖି ସଂପଡ଼ା ଚିନ୍ତାମଣି ବିଦ୍ୟା ପୀଠ ରୁ ଉତ୍ତୀର୍ଣ୍ଣ ହୋଇଥିଲେ।
ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ରେ ନାମ ଲେଖାଇ ଅଧୟନ୍ ଆରମ୍ଭ କରିଥିଲେ।ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବା ସତ୍ବେ ମଧ୍ୟ ସିତୁ ଙ୍କ ବାପା ,ମା ଚାଷ ଜମି ରେ କାର୍ଯ୍ୟ କରି ସିତୁ ଙ୍କ ପାଠ ପଢା ପାଇଁ ଟଙ୍କା ଯୋଗାଇ ଆସୁଥିଲେ।ଏଭଳି ପରିସ୍ଥିତି ରେ ସିତୁ ନୟାଗଡ ର ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ଷ୍ଟଡି ପଏଣ୍ଟ ରେ ରହି ଦୈନିକ 8ରୁ 10 ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଶିକ୍ଷା ଲାଭ କରିଥିଲେ।
ପରିଶେଷରେ କଠିନ ଅଧ୍ୟବସାୟ ,ପରିଶ୍ରମ ,ନିଷ୍ଠା ଦ୍ଵାରା ସିତୁ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ରେ 567 ନମ୍ୱର୍ ରଖି ରାଜ୍ୟରେ ଟପ୍ପର ହେଲେ।ରାଜ୍ୟରେ ଟପ୍ପର ହେବା ପରେ ବାପା,ମା ,ସମ୍ପର୍କୀୟ ,ଗ୍ରାମବାସୀ ଏପରିକି ନୟାଗଡ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।ରାଜ୍ୟରେ ସିତୁ ଟପ୍ପର ହେବା ପରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କଷିକିଆରି ଗ୍ରାମ ସିତୁ ଙ୍କ ଘରକୁ ଆସି ସିତୁ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ସହଯୋଗ କରିବା ପାଇଁ କହିଛନ୍ତି।ଭବିଷ୍ୟତରେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଥିବା ସିତୁ କହିଛନ୍ତି।