କଣିହାଁ : ଏନଟିପିସି,କଣିହାଁର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ମଙ୍ଗଳବାର ଏନଟିପିସି ପ୍ରସାଶନିକ ଭବନ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଟିପିସି କଣିହାଁର ସିଜିଏମ ସୁଦିପ ନାଗ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଏନଟିପିସିର ବରିଷ୍ଠ ଅଧିକାରୀ , କର୍ମଚାରୀ, ବିଭିନ୍ନ ୟୁନିୟନର କର୍ମକର୍ତା ଓ ସିଆଇଏସଏଫ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ଏନଟିପିସି ପତାକା ଉତୋଳନ କରିଥିଲେ । କରୋନା ଭୁତାଣୁ ସଂକ୍ରମଣ ନହେବା ପାଇଁ ସାମାଜିକ ଦୁରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭାଷଣ ପ୍ରସଙ୍ଗରେ ସିଜିଏମ ଶ୍ରୀ ନାଗ ଏନଟିପିସି କଣିହାଁର ନିରବିଛିନ୍ନ ଯାତ୍ରା ଓ ଉକ୍ତ ଷ୍ଟେସନର ସଫଳତା ବଖାଣିଥିଲେ ।
ଉକ୍ତ ଷ୍ଟେସନ ମେ-୨୦୨୦ରେ ୩ଥର ଶତପ୍ରତିଶତ ପିଏଲଏଫ ହାସଲ କରିଛି । କର୍ମଚାରିମାନଙ୍କ ଅବିରତ ଉଦ୍ୟମ ଯୋଗୁଁ ୨ବର୍ଷ ବ୍ୟବଧାନ ମଧ୍ୟରେ ଉକ୍ତ ସଫଳତା ମିଳିଥିବା ଯୋଗୁଁ ସିଜିଏମ ଶ୍ରୀ ନାଗ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବାସହ ନିରବିଛିନ୍ନ ବିଦ୍ୟୁତ ଯୋଗାଣ କୋଇଲା ଖଲାସରେ ୱାଗନ ଟିପିଲରର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।
ସିଏସଆର ମାଧ୍ୟମରେ ଉକ୍ତ ଷ୍ଟେସନ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ କରୁଛି । ଯଥା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତିକରଣ କରାଇବା, କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଙ୍ଗରୋଧ କେନ୍ଦ୍ର ଓ ବିଭିନ୍ନ କାର୍ଯ୍ୟାଳୟକୁ ସାନିଟାଇଜର ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକ୍ରର୍ଷ ମେଧାବୃତି ପ୍ରଦାନ, ଉତମ ଶିକ୍ଷା ପାଇଁ ବିଭିନ୍ନ ସ୍କୁଲର ଭିତିଭୁମିର ଉନ୍ନତି ନିମିତ ପଦେକ୍ଷପ ନିଆଯାଉଛି । ଉକ୍ତ ଷ୍ଟେସନ ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି । ଶେଷରେ ସିଜିଏମ ଶ୍ରୀ ନାଗ କୋଭିଡ-୧୯ ହଟାଇବା ପାଇଁ ସମ୍ମୁଖରେ ରହି କାର୍ଯ୍ୟକରୁଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାସହ କୃତଜ୍ଞତା ଜ୍ଞାପନ କରିଥିଲେ ।