କଣିହାଁ,୨୮/୬ : ଏନଟିପିସି କଣିହାଁ ପକ୍ଷରୁ ପାରିପାର୍ଶ୍ବିକ ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କୁ ସାବୁନ ବଣ୍ଟନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଏନଟିପିସିର ଏକ ଟିମ ଗଦାଶିଳl, ରଙ୍ଗବେଡା, କରଡେଇ, କାଟେଣୀ, ବିଜିଗୋଳ, ଭୀମକାଣ୍ଡ, ଲୋଧାବନ୍ଧା, କଣିହାଁ ଇତ୍ୟାଦି ଗ୍ରାମକୁ ଯାଇ ଗ୍ରାମ ସଭାପତିଙ୍କୁ ହାତ ଧୋଇବା ପାଇଁ ସାବୁନ ବିତରଣ କରିବସହ ସଚେତନତା କରାଇଥିଲେ l
କୋଭିଡ-୧୯ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏନଟିପିସି ବିଭିନ୍ନ ପଦକ୍ଷେପ ଗ୍ରହଣ ସ୍ୱରୂପ ମାସ୍କ, ସାନିଟାଇଜେର ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି l