Odisha news

ଯାଦୁକର କୁ ହୃଦୟ ଦେଲେ ୫୧ ବର୍ଷୀୟା ରାଜକୁମାରୀ

0

ପ୍ରେମ ଯେତେବେଳେ ହୋଇଥାଏ ସେତେବେଳେ ମଣିଷ କିଛି ଠିକ ଭୁଲ ଚିନ୍ତା କରିପାରେ ନାହିଁ l ପ୍ରେମ ଅଟେ ସତ୍ଵିକ ଓ ପବିତ୍ର । ସେହିଭଳି ଗୋଟିଏ ଘଟଣା ନରୱେ ରୁ ଆସିଛି l ନରୱେ ର ରାଜକୁମାରୀ ମାର୍ଥା ଶାହୀ ନିଜର ରାଜକୁମାରୀ ଭାବରେ ଭୂମିକା ଛାଡି ସାରିଛନ୍ତି l ନରୱେ ର ରାଜା ଙ୍କ ଇଛା ଅନୁସାରେ ରାଜକୁମାରୀ ନିଜର ଉପାଧି ରେ ରହିବେ l ନରୱେ ରାଜକୁମାରୀ ଯାଦୁଗର୍ ଡିୟୁରେକ ଙ୍କ ସହିତ ରିଲେସନସିପ କlରଣରୁ ବିବାଦ ରେ ରହିଥିଲେ l ୨୦୦୨ ମେ ମାସରେ ନରୱେ ର ଲେଖକ ଓ କଳାକାର ଅରି ବେହନ ଙ୍କ ସହିତ ତାଙ୍କର ପ୍ରଥମ ବିବାହ ହୋଇଥିଲା ଓ ସେହି ବିବାହ ରୁ ପ୍ରିନ୍ସେସ ମାର୍ଥା ଙ୍କର ୩ଟି ଝିଅ ହୋଇଥିଲେ l କିନ୍ତୁ ମାର୍ଥା ଙ୍କ ସ୍ୱାମୀ ଡିପ୍ରେସନ କାରଣରୁ ଆତ୍ମହତ୍ୟା କରି ଥିଲେ l ସେ ୨୦୧୯ ରେ କ୍ରିସମାସ ଦିନ ଆତ୍ମହତ୍ୟା କରିଥିଲେ l ୫୧ ବର୍ଷୀୟ ରାଜକୁମାରୀ ମାର୍ଥା ନରୱେ ର ରାଜା ହୋରାଲ୍ଡ଼ ଙ୍କ ଝିଅ ଅଟନ୍ତି l ଡିୟୁରେକ ହଲିଉଡ଼ ର ଜଣେ ଜଣାଶୁଣା ଆଧ୍ୟାତ୍ମିକ ଗୁରୁ ଓ ଯାଦୁକର ଭାବରେ ଜଣାଶୁଣା ଅଟନ୍ତି l ସେ ନିଜକୁ ନିଜ ୱେବସାଇଟ ର ଗୋଟିଏ ଯଦୁଗର ବୋଲି କହି ପରିଚୟ ଦେଇ ଥାଆନ୍ତି l ଡିୟୁରେକ ନିଜର ପୁସ୍ତକ ରେ କହିଛନ୍ତି କ୍ୟାନ୍ସର ଏକ ବୈକଳ୍ପ ରୋଗ ଅଟେ l ସେ ଆମେରିକା ଉପରେ ୯/୧୧ ଭଳି ଆତଙ୍କୀ ଆକ୍ରମଣ ଭଳି ଭବିଷ୍ୟବାଣୀ ମଧ୍ୟ କରିଥିଲେ l ପ୍ରିନ୍ସେସ ମାର୍ଥା କହି ଥାଆନ୍ତି ଡିୟୁରକ ଦେବଦୁତ ଙ୍କ ସହିତ କଥାବାର୍ତା କରିବାରେ ମଧ୍ୟ ସକ୍ଷମ ଅଟନ୍ତି l ସେ ଗୋଟିଏ ସ୍କୁଲ ମଧ୍ୟ ଆରମ୍ଭ କରିଛନ୍ତି ଯେଉଁଥିରେ ଦେବଦୁତ ଙ୍କୁ ସହିତ ସମ୍ପର୍କ ବଢାଇବାର ଦାବି ହୋଇଛି l ନରୱେ ର ରାଜକୁମାରୀ ମାର୍ଥା ଲୁଇସ ନିଜର ରାଜପାଟ ଛାଡି ଦେଇଛନ୍ତି l ବର୍ତମାନ ସେ କେବଳ ନାମକୁ ରାଜକୁମାରୀ ଅଟନ୍ତି ଓ ଏହାର ପ୍ରକୃତ କାରଣ ହେଉଛି ଆମେରିକୀୟ ଯାଦୁକର ବା ଆଧ୍ୟାତ୍ମିକ ଗୁରୁ l ମାର୍ଥା ନିଜର ଆଗାମୀ ଜୀବନ ଡ୍ୟୁରେକ୍ ଙ୍କ ସହିତ ଅତିବାହିତ କରିବେ ବୋଲି ସୂଚନା ମିଳିଛି ।

Leave A Reply