Odisha news

ରାସ୍ତାରେ ନାଚ ଶିଖାଉଛନ୍ତି ନୋରା

0

ଅଭିନେତ୍ରୀ ନୋରା ଫତେହି ନୃତ୍ୟକଳା ପାଇଁ ଜଣାଶୁଣା । ତାଙ୍କ ଡାନ୍ସ ଭିଡିଓକୁ ସୋସାଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଏ । ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନୋରା ରାସ୍ତାରେ ପିଲାଙ୍କୁ ଡାନ୍ସ ଷ୍ଟେ« ଶିଖାଉଥିବା ଦେଖିବାକୁ ମିଳିଛି । ଆଖପାଖରେ ଥିବା ଲୋକ ଏହି ମୂହୁର୍ତ୍ତକୁ କ୍ୟାମେରାରେ କ୍ୟାପ୍‌ଚର୍‌ କରୁଥିଲେ । ପିଲାଙ୍କ ସହ ଡାନ୍ସ କରୁଥିବା ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ନୋରା ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର୍‌ କରି ଲେଖିଛନ୍ତି, ‘ଏ ପର୍ଯ୍ୟନ୍ତ ସବୁଠୁ ସୁନ୍ଦର ମୂହୁର୍ତ୍ତ । ‘ଷ୍ଟ୍ରିଟ୍‌ ଡାନ୍ସର’ ସେଟ୍‌ରେ ଫଟୋ ଉଠାଇବା ପାଇଁ ଏହି ପିଲାମାନେ ପରିବାର ସହ ଅପେକ୍ଷା କରିଥିଲେ । ଜଣେ ମୋତେ ‘କମରିୟା’ ଗୀତରେ ନିଜ ଡାନ୍ସ ମୁଭ୍ସ ଦେଖାଇବାକୁ ଚାହୁଁଥିଲା । ପରେ ଆମେ ସମସ୍ତେ ମିଶି କମରିୟା ଗୀତରେ ଡାନ୍ସ କଲୁ । ଏହି ପିଲାଙ୍କଠୁ ଅଧିକ ଖୁସି କେହି ଦେଇପାରିବେ ନାହିଁ । ମୁଁ ଏଥିପାଇଁ ବଞ୍ଚିଛି ।’ ନୋରାଙ୍କ ଏହି ଅନ୍ଦାଜକୁ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରିଛନ୍ତି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଭୁ୍ୟଜ୍‌ ମିଳିଛି ।

Leave A Reply