ବାଲିଗୁଡା,10/4.ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ କ୍ଷେତ୍ରରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବଣିକ ସଂଘ ତରଫରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ମାସ୍କ ନ ପିନ୍ଧି ରାସନ ପାଇଁ ଆସୁଥିବା ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବଣିକ ସଂଘ ସମ୍ପାଦକ ବିଜୟ ପଣ୍ଡା କୁହନ୍ତି, ସୁରକ୍ଷା ଦୃଷ୍ଟିରୁ ଏହା ଉଭୟ ଗ୍ରାହକ ଏବଂ ଦୋକାନୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତ ଦୋକାନୀଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିବା ବେଳେ ଯେଉଁ ଗ୍ରାହକ ମାସ୍କ ନ ପିନ୍ଧି ଆସିବେ ସେମାନଙ୍କୁ ସାମଗ୍ରୀ ଦିଆଯିବ ନାହିଁ। ଏ ନେଇ ସମସ୍ତ ଦୋକାନରେ ବିଜ୍ଞପ୍ତି ଲଗାଯାଇଥିବା ସେ କହିଛନ୍ତି।