ଉଦୟଗିରି : ଓଡିଶାକୁ ପେରୁଥିବା ପ୍ରବାସୀ ଓଡିଆ ଙ୍କ ପେରିବା ନେଇ ପ୍ରଶାସନିକ ଅଧିକାରୀ ମାନଙ୍କ ତାଳମେଳ ଅଭାବ ରହୁଥିବା ନେଇ ଅଭିଯୋଗ ହୋଇଛି । ଫେରୁଥିବା ଓଡିଆ ମାନେ ଗାଡିରୁ ସିଧା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଯିବା କଥା । ହେଲେ ଫେରୁଥିବା ଗାଡି ସେମାନଙ୍କୁ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ବହୁଦୂରରେ ଛାଡି ଦେଉଥିବାରୁ ଅନେକ ଘଣ୍ଟା ଘଣ୍ଟା ଖରାରେ ସିଜୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାରୁ ଆଜି ଏକ ବସ ଯୋଗେ ବଡଚଣା ଓ ଧମର୍ଶାଳା ବ୍ଲକର ୨୫ ପ୍ରବାସୀ ଓଡିଆ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣଦାସପୁର ଛକନିକଟରେ ଓହ୍ଲାଇଥିଲେ ।
ସେମାନେ ବଡଚଣା ଓ ପଡୋଶି ଧର୍ମଶାଳା ଅଞ୍ଚଳର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବାକୁ ପଞ୍ଚିକରଣ କରିଥିଲେ । ତେବେ କୃଷ୍ଣଦାସପୁର ଛକରୁ ଏମାନଙ୍କ ଗନ୍ତବ୍ୟସ୍ଥଳ ୧୦ ରୁ ଅଧିକ କିମି ହୋଇଥିବାରୁ ଦୀର୍ଘ ସମୟ ଧରି ସେଠାରେ ଖରାରେ ଛିଡା ହୋଇ ରହିଥିଲେ । ନିକଟରେ ଥିବା କୌଣସି ଦୋକାନୀ ସେମାନଙ୍କ ପିଣ୍ଡାକୁ ମଧ୍ୟ ଚଢାଇ ଦେଇନଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ଘଟଣା ସ୍ଥଲରେ ପହଞ୍ଚି ସେମାନଙ୍କୁ ସେହି ସ୍ଥାନରେ ଅଟକାଇ ରଖିଥିଲେ ।
ପ୍ରାୟ ପାଞ୍ଚ ଘଣ୍ଟା ପରେ ଗାଡିର ବ୍ୟବସ୍ଥା ହେବାରୁ ସେମାନେ ପଞ୍ଜିକୃତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେହିପରି ସୋମବାର ସୁରଟରୁ ପେରିଥିବା ୯ ଜଣ ପ୍ରବାସୀ ଓଡିଆ ଙ୍କୁ ଏକ ବସ କୃଷ୍ଣଦାସ ପୁର ଛକରେ ଛାଡି ଚାଲିଯାଇଥିଲା । ତେବେ ଏହି ୯ ଜଣଙ୍କ ମଧ୍ୟରୁ ୫ ଜଣ ସେମାନଙ୍କ ପରିବାର ଲୋକଙ୍କ ସହିତ ଦୁଇଚକିଆ ଓ ଚାରିଚକିଆ ଗାଡିରେ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ । । ଗୋଟିଏ ପଟେ ସଂକ୍ରମଣ ଆଶଙ୍କାରେ ପ୍ରବାସୀ ଓଡିଆ ଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବାଧ୍ୟତା ମୂଳକ ଭାବେ ଭର୍ତ୍ତି କରାଯାଉଥିବା ବେଳେ ସେମାନେ ନିଜ ପରିବାର ଲୋକଙ୍କ ସହିତ ମିଶିକି ଯିବାକୁ ନେଇ ବୁଦ୍ଧିଜିବୀ ମହଲେ ଚିନ୍ତା ପ୍ରକାଶ ପାଇଛି ।
ତେବେ ସୁରନ୍ତ ଫେରନ୍ତାଙ୍କୁ ନିଜ ସାଙ୍ଗରେ ବୋହିଥିବା ଲୋକ ମାନଙ୍କୁ ନେଇ ସେହି ଗ୍ରାମ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି । ପ୍ରଶାସନ ଅଧିକାରୀ ଙ୍କ ତାଳମେଳ ଅଭାବରୁ ଏପରି ଅବ୍ୟବସ୍ଥା ହେଉଥିବା ନେଇ ଚର୍ଚ୍ଚ ହେଉଛି ଯାହା ସରକାରଙ୍କ ନିର୍ଦେଶାବଳିର ଖୋଲା ଉଲଙ୍ଘନ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।