ନୂଆଦିଲ୍ଲୀ,୦୪ ଜୁନ୍ : ନିଜାମୁଦ୍ଦିନ ମର୍କଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨,୫୫୦ବିଦେଶୀ ନାଗରିକଙ୍କୁ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଛି । ୧୦ ବର୍ଷ ଯାଏଁ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ ଏବଂ ତବଲିଗି ଜମାତର କାର୍ଯ୍ୟକଳାପରେ ଜଡିତ ଥିଲେ । ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରିଥିବାରୁ ଏହି ବିଦେଶୀ ନାଗରିକମାନଙ୍କର ଭାରତ ଆସିବା ଉପରେ ୧୦ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଦିଆଯାଇଛି । ୨,୫୫୦ ବିଦେଶୀ ନାଗରିକମାନଙ୍କ କଳା ତାଲିକାରେ ମାଲି, ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତି, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ବ୍ରିଟେନ (ଓସିଆଇ କାର୍ଡ ଧାରକ) ଅଷ୍ଟ୍ରେଲିଆ ଏବଂ ନେପାଳର ନାଗରିକ ଅନ୍ତର୍ଭୁକ୍ତ । ଆସନ୍ତା ୧୦ବର୍ଷ ପାଇଁ ସେମାନଙ୍କୁ ଭାରତ ଆସିବାକୁ ବାରଣ କରାଯାଇଛି ।