ନୂଆଦିଲ୍ଲୀ : ଯୌନ ଉତ୍ପୀଡ଼ନ ଓ ବଳାତ୍କାର କେଶ ରେ ଆରୋପି ସ୍ୱଘୋଷିତ ସ୍ୱାମୀ ନିତ୍ୟାନନ୍ଦ ଆଉଥରେ ପୁଣି ଚର୍ଚାରେ l ନିତ୍ୟାନନ୍ଦ ସ୍ୱାମୀ ଦକ୍ଷିଣ ଆମେରିକୀୟ ଦେଶ ଇକୱାଡୋର ଓ ତ୍ରିନିଦାନ ନିକଟରେ ଗୋଟିଏ ଟାପୁ କିଣିଛି l ନିତ୍ୟାନନ୍ଦ ଏହି ଟାପୁ କୁ ଗୋଟିଏ ନୂଆ ଦେଶ ଘୋଷଣା କରି ଏହାକୁ କୈଳାଷା ର ନାମ ଦେଇଛି l ନିତ୍ୟାନନ୍ଦ ନିଜ କଥିତ ଦେଶ କୈଳାସl ର ଗୋଟିଏ ପ୍ରତିନିଧି ମଣ୍ଡଳ କୁ ସଂଯୁକ୍ତ ରାଷ୍ଟ୍ର ର ବୈଠକ କୁ ପଠାଇ ଥିବାର ଫଟୋ ଓ ଭିଡିଓ ନିକଟରେ ଭାଇରଲ ହୋଇଥିଲା, ଯେଉଁଥିରେ ଏହା ଦାବୀ କରାଯାଇଥିଲା ଯେ ନିତ୍ୟାନନ୍ଦ ନିଜର ନୂଆ ଦେଶ କୁ ବିଶ୍ୱ ଆଗରେ ସ୍ଥାପନ କରିବାକୁ ଚାହୁଁଛି l
