ନୀତିଶ କୁମାର ଙ୍କ ମାରାଥନ ଦୌଡ଼ : ମଇ ୫ ତାରିଖରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଓ ପ୍ରସ୍ତୁତ କରିବେ ୨୦୨୪ ମତଦାନ ପାଇଁ ରଣନୀତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଗାମୀ ୨୦୨୪ ର ଲୋକସଭା ମତଦାନ ର ପ୍ରସ୍ତୁତି ପାଇଁ ଦେଶର ସମସ୍ତ ବିପକ୍ଷ ଦଳଙ୍କୁ ଏକାଠି କରିବାରେ ଲାଗି ଯାଇଛନ୍ତି l ଲଗାତାର ଭାବରେ ସମସ୍ତ ଦଳ ସହିତ ସେହି ରାଜ୍ୟରେ ଯାଇ ସାକ୍ଷାତ କରୁଛନ୍ତି l ଦିଲ୍ଲୀ ରେ କଂଗ୍ରେସ, ଉତର ପ୍ରଦେଶ ରେ ଅଖିଲେଶ ଯାଦବ ଓ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ ଙ୍କୁ ସାକ୍ଷାତ କରିବା ପରେ ନୀତିଶ କୁମାର ଙ୍କ ମାରାଥନ ଦୌଡ଼ ଓଡିଶା ହେବ l ମିଳିଥିବା ସୂଚନା ଅନୁସାରେ ନୀତିଶ କୁମାର ଶୁକ୍ରବାର ଦିନ ଅର୍ଥାତ ମଇ ୫ ତାରିଖ ଦିନ ଓଡିଶା ଆସିବେ l ଓଡିଶା ଆସି ବିପକ୍ଷ ଏକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସାକ୍ଷାତ କରିବେ l ଅପ୍ରେଲ ମାସରେ ନୀତିଶ କୁମାର ସର୍ବ ପ୍ରଥମେ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟି ଥିଲେ l
ଏହାଛଡା କଂଗ୍ରେସ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ l ଦିଲ୍ଲୀରେ ନୀତିଶ ଙ୍କୁ ଆଶ୍ୱାସନା ମଧ୍ୟ ମିଳିଥିଲା ଯେ ସମସ୍ତେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ରହିବେ l ନୀତିଶ ଲଗାତାର ଭାବରେ କେନ୍ଦ୍ର ର ମୋଦି ସରକାର ଙ୍କ ବିରୁଦ୍ଧରେ ସମସ୍ତ ବିପକ୍ଷ ଦଳକୁ ଏକାଠି କରିବାକୁ ଲାଗିଛନ୍ତି l ନୀତିଶ ଙ୍କ ଚେଷ୍ଟା ରହିଛି ଯେ ୨୦୨୪ ରେ ଯେପରି କେନ୍ଦ୍ରରୁ ମୋଦି ସରକାର ର ଅଧପତନ ହେବ l ନୀତିଶ ଯେଉଁଠି ସବୁ ରାଜ୍ୟ ଗସ୍ତ କରି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି ଅପାର ପକ୍ଷରେ ତାଙ୍କର ଅତି ନିକଟତର ଓ ଜନତା ଦଳ ୟୁନାଇଟେଡ଼ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲନ ସିଂହ ମଧ୍ୟ ସମ୍ପୂର୍ଣ ସହଯୋଗ କରୁଛନ୍ତି l ଲାଲନ ସିଂହ ମଙ୍ଗଳବାର ମଇ ୨ତାରିଖ ଦିନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ଭେଟିଥିଲେ l ଅନ୍ୟ ପକ୍ଷରେ ସୂଚନା ମିଳିଛି ଯେ ଏହି ସାକ୍ଷାତକାର ପରେ ସମସ୍ତ ବିପକ୍ଷ ଦଳ ମାନଙ୍କର ଗୋଟିଏ ବୈଠକ ହେବ , ଯାହା ପାଟନା ରେ ହୋଇପାରେ l ଦେଖାଯାଉ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସାକ୍ଷାତ କରି ଆଗାମୀ ମତଦାନ ପାଇଁ କେଉଁ ରଣନୀତି ପ୍ରସ୍ତୁତ କରିବେ ତାହା ଆଗାମୀ ସମୟ ହିଁ କହିବ l