Odisha news

ନିଶ୍ଚିନ୍ତକୋଇଲି ବ୍ଲକ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ସାଲେପୁର ଜନସାଧାରଣଙ୍କ ଚିନ୍ତା ବଢ଼ିଲା

0

ସାଲେପୁର :  ନିଶ୍ଚିନ୍ତକୋଇଲି ବ୍ଲକ୍ର ଅଧିକାଂଶ କର୍ମଚାରୀ ସାଲେପୁରର ବିଭିନ୍ନ ସ୍ଥାନରେ ଭଡ଼ା ସୂତ୍ରରେ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କର କରୋନା ପଜିଟିଭ୍ ରିପୋର୍ଟ ବାହାରିବାପରେ ସାଲେପୁର ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ବ୍ଲକ୍ର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର ଓ ପିଅନ ପର୍ଯ୍ୟନ୍ତ ପ୍ରାୟ ୨୧ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କେତେକ କର୍ମଚାରୀ ସାଲେପୁରର ଶିଶୁ ମନ୍ଦିର ରୋଡ୍, ବାଲିସାହି, ଚନ୍ଦ୍ରାଦେଇପୁର, ଫ୍ରେଣ୍ଡ୍ସ କଲୋନୀ, କଲେଜରୋଡ୍, ମାଛୁଆତି, ରାଘବପୁର ଆଦି ଅଞ୍ଚଳରେ ସପରିବାରେ ଭଡ଼ା ସୂତ୍ରରେ ରହୁଥିବାବେଳେ ଗତକାଲି ସେମାନଙ୍କର କରୋନା ପଜିଟିଭ୍ ରିପୋର୍ଟ ବାହାରିଛି ।

ତେଣୁ ସାଲେପୁରରେ ରହୁଥିବା ଲୋକମାନଙ୍କୁ ନେଇ ଏବେ ସାଲେପୁର ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି । ସଂପୃକ୍ତ କର୍ମଚାରୀମାନେ ସାଲେପୁରର ବିଭିନ୍ନ ସ୍ଥାନରେ ଥିବା ଦୋକାନ ବଜାରରୁ ରାଶନ୍ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା, ମେଡ଼ିସିନ୍ ଆଦି କିଣାକିଣି କରିଥିବାରୁ କାଳେ ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଏହି ଦୋକାନୀ ସମେତ ବିଭିନ୍ନ ଲୋକ ଆସିଥାଇ ପାରନ୍ତି । ତେଣୁ ସେମାନଙ୍କ ଠାରେ କାଳେ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରି ସାଲେପୁର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବହୁ ଲୋକ ଚିନ୍ତାରେ ପଡିଯାଇଥିବା ଜଣାଯାଇଛି ।

Leave A Reply