ଭୁବନେଶ୍ୱର, ୨୨ ଜୁଲାଇ -୧୯୭୬ ବ୍ୟାଚର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତା ମାଧ୍ୟମରେ ସେ କହିଛନ୍ତି, ଓଡିଶା ଜଣେ ଦକ୍ଷ ପ୍ରଶାସକଙ୍କୁ ହରେଇଛି । ସ୍ୱର୍ଗତ ପ୍ରିୟବ୍ରତ ବାବୁ ଏକ ଭିନ୍ନ କିସମର ପ୍ରଶାସନିକ ଅଧିକାରୀ ଥିଲେ । ସେ ଅତି ବୁଦ୍ଧିମାନ ସାହାସ ମନୋବୃତିର ଜଣେ ଦକ୍ଷ ଅଫିସର ଥିଲେ । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ତୁରନ୍ତ ପଦକ୍ଷପ ନେଉଥିଲେ । ତାଙ୍କ ସମୟରେ ରାଜ୍ୟରେ ଅନେକ ଗୁଡିଏ ଲୋକ ହିତକର କାର୍ଯ୍ୟ ହୋଇଛି । ଓଡ଼ିଶା ଜୁଡୋ ଆସୋସିଏନର ସେ ସଭାପତି ରହିଥିଲେ । ଭୁବନେଶ୍ୱର କ୍ଲବର ମଧ୍ୟ ସଭାପତି ଥିଲେ । ସ୍ୱର୍ଗତ ପ୍ରିୟବ୍ରତ ବାବୁଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।