ନିରାକାରପୁର : ପ୍ରବାସୀମାନଙ୍କ ଆଗମନ ଯୋଗୁ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଣେ ଲୋକେ ବି ସଚେତନ ହେବାର ନା ଧରୁନାହାଁନ୍ତି । ଶନିବାର ଓ ରବିବାର ଦୁଇଦିନ ସଂପୂର୍ଣ୍ଣ ସଟ ଡ଼ାଉନ ଘୋଷଣା ହୋଇଥିବାରୁ ପୂର୍ବପେକ୍ଷା ଲୋକମାନେ ବଜାରେ ବେଶ ଭିଡ଼ ଜମାୁଛନ୍ତି । କେହି ସାମାଜିକ ଦୂରତ୍ୱ ରକ୍ଷା କରୁନାହଁନ୍ତି କି ଅଧିକାଂଶ ଲୋକ ମାସ୍କ ବ୍ୟବହାର କରୁ ନଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ବଢିବାରେ ଲାଗିଛି ।
ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାର ସଂଖ୍ୟା ବଢିବାର ଲକ୍ଷ୍ୟ କରି ଖୋର୍ଦ୍ଧର୍ା ଜିଲ୍ାପାଳ ସିଂତାଶୁ କୁମାର ରାଉତ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ି ଅନ୍ୟ ଅଞ୍ଚଳରେ ପୂର୍ବ ଶନିବାର ଓ ରବିବାର ସଟ ଡ଼ାଉନ ବଳବତ୍ତର ରହିବା ସହିତ ୧୫ ତାରିଖଠାରୁ ଜୁନ ୩୦ ପର୍ଯ୍ୟନ୍ତ ଦିନ ୨ଟାରୁ ତା ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସଟ ଡ଼ାଉନ ଘୋଷଣା କରିଛନ୍ତି । କେବଳ ଓ୍ୟ÷ଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ରନ୍ଧନ ଗ୍ୟାସ ଦୋକାନ ଖୋଲା ହେବାର ଅନୁମତି ଥିବାବେଳେ ଅନ୍ୟ ସବୁ ଦେକାନ ବଜାର ବନ୍ଦ ରଖିବାକୁ କଡ଼ା ନିଦେ୍ର୍ଦଶ ହୋଇଛି । ଆଜିଠାରୁ ନିରାକାରପୁର ପୋଲିସ ମାଇକ ମାଧ୍ୟମରେ ଘୋଷଣା କରି ଦିନ ୨ଟାରେ ଦୋକାନ ବଜାର ବନ୍ଦ କରିଦେଇଛନ୍ତି । କିନ୍ତୁ ଆଜି ଦୋାକାନ ବଜାର ବନ୍ଦ ଥିଲେ ବି ଗାଡ଼ିମଟର ଯାତାୟତ ବହୁ ସଂଖ୍ୟାରେ ଲାଗି ରହିଥିଲା ।