Odisha news

ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ବିୟୋଗରେ ଶୋକ

0

ନିରାକାରପୁର,୨୭/୯: ଦୋଛିଆଁ ଅଞ୍ଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ସାମନ୍ତରାୟ ପତ୍ନୀ ଆଦରବାଳା ସାମନ୍ତରାୟଙ୍କ ପରଲୋକ ହୋଇଯାଇଛି। ସ୍ୱର୍ଗତ ଆଦରବାଳା ଜଣେ ଧର୍ମପରାୟଣ , ମେଳାପି ଓ ସରଳ ବିଶ୍ୱାସୀ ବ୍ୟକ୍ତି ଥିଲେ। ସେ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ତାଙ୍କ ମୃତ ବେଳକୁ ସେ ନିଜ କନିଷ୍ଠ ପୁତ୍ର ଙ୍କ ରାଉରକେଲା ବାସଭବନରେ ରହିଥିଲେ। ସେଠାରୁ ତାଙ୍କ ମୃତ ଶରୀରକୁ ନିଜ ଗ୍ରାମ ଦୋଛିଆକୁ ଅଣାଯିବ ପରେ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ଏହି ସମୟର ତାଙ୍କ ପୁତ୍ର,ପୁତ୍ରବୋଧୁ, ଝିଅ, ଜ୍ବାଇଁ, ନାତି, ନାତୁଣୀ ଓ ବନ୍ଧୁ ପରିବାର ବର୍ଗ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Nalco
Leave A Reply