Odisha news

୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଚ୍ୟୁତପୁର ଆର ଆଇ ଗିରଫ

0

ନିରାକାରପୁର, ୧୦/୮: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅନ୍ତର୍ଗତ ଅଚ୍ୟୁତପୁର ଆର ଆଇ ଆଜି ୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଞ୍ଚାୟତ ଦେଉଳି ଗ୍ରାମର ଦୀପକ ପ୍ରଧାନଙ୍କ ଠାରୁ ଜମି ପଟ୍ଟା କରିବା ଉଦ୍ଦେଶ୍ୟରେ ୮ ହଜାର ଟଙ୍କା ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ନାଲି ରଙ୍ଗ ବୋଳା ଟଙ୍କା ଉଦ୍ଧାର କରିବା ସହ ଆର ଆଇ ଗୌରାଙ୍ଗ ଶବର କୁ ଗିରଫ କରିଥିବା ଜଣାପଡ଼ିଛି।

Nalco
Leave A Reply