Odisha news

ହରିପୁର କାଶିପୁର ମଧ୍ୟରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ

0

ନିରାକାରପୁର, ୨୨/୭: ଖୋର୍ଦ୍ଧା ରେଳଡିଭିଜନ ନିରାକାରପୁର ଷ୍ଟେସନ ଅଧିନସ୍ଥ କାଶିପୁର ଓ ହରିପୁର ମଧ୍ୟରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସିପଡିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ବାଲେଶ୍ଵର ଖଇରାର ଜିତେନ୍ଦ୍ର ଖଟୁଆ।ଜିତେନ୍ଦ୍ର, ତାର ବଡ ଭାଇ ଓ ଦାଦା ବାଗାଂଲୋରରୁ ଭୂବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ରେ ଫେରୁଥିବା ବେଳେ ଟ୍ରେନ ଗେଟ ମୁହଁରେ ଠିଆ ହୋଇଥିବା ସମୟରେ ଅସାବଧାନତା ବଶତଃ ଟ୍ରେନରୁ ଖସିପଡିବାରୁ ତାଙ୍କ ର ମୃତ୍ୟୁ ଘଟିଥିଲା।ମୃତକର ଦାଦା ଏ ସଂମ୍ପର୍କରେ ଖୋର୍ଦ୍ଧା ରେଳବାଇ ପୋଲିସରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ କରି ମୃତକର ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।

Nalco
Leave A Reply