ନିରାକାରପୁର, ୧୬/୭:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୋ ଗ୍ରାମପଞ୍ଚାୟତ ଲେଣ୍ଡୋ ଗ୍ରାମର ସଂଜୀବ ସ୍ୱାଇଁ ଭାରତୀୟ ରିଜର୍ଭ ବାହିନୀର ରେ ପାରଳାଖାମୁଣ୍ଡିରେ କାର୍ଯ୍ୟରତ ଥିଲେ।ସଂଜୀବ ଗାଁକୁ ଛୁଟିରେ ଆସିଥିବା ବେଳେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୧୪ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକ ସଂଜୀବ ର ଶେଷକୃତ୍ୟ ଗାଁ ଶ୍ମଶାନ ରେ ସଂପନ୍ନ ହୋଇଥିଲା।ଆଜି ରାଜ୍ୟ ମହିଳା ବିଜୁ ଜନତା ଦଳ ଉପସଭାପତି ଶ୍ରୀମତୀ ବାସନ୍ତୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପାରଳାଖେମୁଣ୍ଡି ଭାରତୀୟ ରିଜର୍ଭ ବାହିନୀର ଇନସପେକ୍ଟର ଅଶୋକ କୁମାର ବ୍ରହ୍ମ ମୃତକ ସଂଜୀବ ର ଘରକୁ ଯାଇ ଶୋକ ସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଏବଂ ମୃତକର ଦଶାହ କାର୍ଯ୍ୟ ନିମନ୍ତେ ୫୦ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।ସଂଜୀବ ର ଦଶାହ କାର୍ଯ୍ୟ ସରିବା ପରେ ମୃତକ ର ଭାଇକୁ ଚାକିରୀ, ପେନସନ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏମାନଙ୍କ ବ୍ୟତୀତ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ, ଟାଗିଂ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା, ଓ ସ୍ଥାନୀୟ ସମିତି ସଭ୍ୟ ବିକାଶ ନାୟକ ପ୍ରମୁଖ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
