Odisha news

୬ମାସ ପରେ ନିଖୋଜ ନାବାଳକ ଜାମସେଦପୁରରୁ ଉଦ୍ଧାର।

0

ନିରାକାରପୁର,୧୮/୬:  ଦୀର୍ଘ ଛ ମାସ ଧରି ନିଖୋଜ ନାବାଳକ ଜାମସେଦପୁର ରୁ ଉଦ୍ଧାର।ଜନ୍ମକଲା ମା ଓ ତାର ପ୍ରେମିକ ଏକ ଅଖାରେ ଭର୍ତ୍ତି କରି ଟ୍ରେନ ଯୋଗେ ନେଉଥିବା ବେଳେ ଜାମସେଦପୁର ଷ୍ଟେସନରେ କୈ।ଶଳ କ୍ରମେ ଖସିଯିବାରୁ ନାବାଳକ ଜଣଙ୍କୁ ଜାମସେଦପୁର ପୋଲିସ ଉଦ୍ଧାର କରି ଶିଶୁସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ।ଜାମସେଦପୁର ଶିଶୁସୁରକ୍ଷା ଅଧିକାରୀ ନାବାଳକ ମୋସନକୁ ଉଦ୍ଧାର କରି ଏକ ଶିଶୁ ସୁରକ୍ଷା ୟୁନିଟ ରେ ରଖିଥିଲେ ୬ମାସ ଖୋର୍ଦ୍ଧା ଶୁଶୁସୁରକ୍ଷା ଅଧିକାରୀଙ୍କ ଜରିଆରେ ସ୍ଥାନୀୟ ଲୋକପ୍ରତିନଧି ଉପସ୍ଥିତ ରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଘଟଣାରୁ ଜଣାପଡିଛି ନିରାକାରପୁର ରାହୁଳହଜ ଗ୍ରାମର ସୁରଥ ପ୍ରଧାନ।ସୁରଥ ତାର ସ୍ତ୍ରୀ ଓ ଦୁଇ ପୁଅକୁ ଧରି ରହୁଥିବା ବେଳେ।ସୁରଥର ସ୍ତ୍ରୀ ଅନ୍ୟଜଣେ ଯୁବକ ସହିତ ପ୍ରେମ ସଂମ୍ପର୍କ ରଖି ଘର ଛାଡି ପଳାଇଥିଲେ।ସୁରଥର ସାନ ପୁଅ ମୋହନ ପ୍ରଧାନ ୭ବର୍ଷ ହୋଇଥିଲା ବେଳେ ସେ ବାପ ଭାଇ ସହିତ ରହୁଥିଲେ।ଦିନରେ ବାପ ଭାଇ କାମ କରିବାକୁ ଯିବା ବେଳେ ମୋହନକୁ ସାଥିରେ ନେଇ ଯାଉଥିଲେ।୬ମାସ ତଳେ ମୋହନର ବଡ ଭାଇ ଜଗା ପ୍ରଧାନ ଭୂଷଣ୍ଡପୁର କାମ କରିବାକୁ ଯିବାବେଳେ ଭାଇକୁ ସାଥିରେ ନେଇ ଥିଲେ।ଭାଇକୁ ଏକ ଗଛ ମୂଳରେ ବସାଇ କାମ କରୁଥିବା ବେଳେ ମୋହନ ହଠାତ ନିଖୋଜ ଥିଲା।ମୋହନ ର ଜନ୍ମକଲା ମା ଓ ତାର ପ୍ରମିକ କୈ।ଶଳ କରି ମୋହନର ମୁହଁକୁ ବାନ୍ଧି ଏକ ଅଖାରେ ଭର୍ତ୍ତି କରି ଟ୍ରେନରେ ନେଉଥିବା ବେଳେ ମୋହନ ସେମାନଙ୍କ କବଳରୁ ଖସି ଆସିଛି।ମୋହନ ନିଖୋଜ ପରେ ଜଗା ଓ ତାର ବାପା ଦୁହେଁ ମୋହନକୁ ଅନେକ ଖୋଜାଖୋଜି କରିଥିଲେ ହେଲେ ମୋହନକୁ ନ ପାଇ ନିରାକାରପୁର ଥାନାରେ ଏକ ଅଭିଯୋଗ କରିଥିଲେ।୬ମାସ ପରେ ମୋହନ ତାର ବାପା ଭାଇ ପାଖକୁ ଫେରିଥିବା ଜଣାପଡିଛି।ମୋହନର ବାପା ଭାଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହାୟତାରେ ଜିଲା ପ୍ରଶାସନ ଠାରୁ ନିର୍ଦ୍ଦେଶ ପାଇ ମୋହନକୁ ଘରକୁ ଆଣିଛନ୍ତି।ବାପାଭାଇ ପାଖକୁ ଫେରି ମୋହନ ଖୁସିଥିବା ବବେଳେ ପରିବାର ଲୋକ ଓ ସ୍ଥାନୀୟ ଲୋକ ଖୁସି ଅଛନ୍ତି।

Nalco
Leave A Reply