ନିରାକାରପୁର,୨୫/୧୦: ବାତ୍ୟା ଦାନା ଅତିକ୍ରମ କରି ତାଣ୍ଡବ ରଚିବା ଭୟରେ ସରକାର ସତର୍କ ରହିବା ସହିତ ଶୂନ୍ୟ ମୃତାହତ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ସହିତ ବାତ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକର ସ୍କୁଲ, କଲେଜ ବନ୍ଦ ୩ ଦିନ ପାଇଁ ବନ୍ଦ କରିଦେଇଥିଲେ। କିନ୍ତୁ ଖୋରଧା ଜିଲ୍ଲା ନିରାକାରପୁର ଅଂଚଳରେ ବାତ୍ୟା ପ୍ରଭାବ ହୀନ ଥିଲେ ବି ପ୍ରଶାସନର ତାଗିଦ ଯୋଗୁ ଶିକ୍ଷକ ମାନେ ବିଦ୍ୟାଳୟ ଗୁଡିକରେ ରୋଷ୍ଟର ଡ୍ୟୁଟି କରୁଥିବାର ଦେଖା ଯାଇଥିଲା। ଏମିତି କି କଷ୍ଟ ହେଉ ପଛେ ଶିକ୍ଷକ , ଶିକ୍ଷୟତ୍ରୀ ମାନେ ଦିନ ରାତି ଏହି ସମୟରେ ବିଦ୍ୟାଳୟ ଖୋଲି ବସିଥିବାରୁ ଅଞ୍ଚଳ ବାସୀ ଙ୍କ ପ୍ରଂଶସା ପାତ୍ର ହୋଇ ପାରିଥିଲେ ।