ନିରାକାରପୁର,୨୫/୮: ଖୋରଧା ଜିଲ୍ଲା ଓଳସିଂହ ମା ସିଦ୍ଧେଶ୍ୱରୀ କ୍ରିକେଟ କ୍ଳବ ତରଫରୁ ଆଗାମୀ ୨୫/୧୨/୨୦୨୪ ଠାରୁ ୦୧/୦୧/୨୦୨୫ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଓଳସିଂହ ପ୍ରିମିୟର ଲିଙ୍କର ଦ୍ୱିତୀୟ ସଂସ୍କରଣ ନିମନ୍ତେ ଆଜି ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଖେଳାଳି ନିଲାମ ବା ମେଗା ଅକ୍ସନ ଅଯୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସମୁଦାୟ ୭ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ଯଥା ହାପି ଚାଲେଞ୍ଜର୍ସ, ଗୁଗୁ ଫାଇଟର, ଏମ.ବି ରାଇଡ଼ର,ଏମ.ଏସ ଟାଇଗର, ରାମ ସେନା, ଇଲେଭେନ ଷ୍ଟାର, ମା ତାର ଅରିଅରସ ଅଟନ୍ତି | ମେଗା ଅକ୍ସନରେ ସମୁଦାୟ ୧୨୫ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ମୁଖ୍ୟ ପରିଚାଳକ ଭାବରେ ଆସୋସିଏସନ ପୂର୍ବତନ ଖେଳାଳି ଅତୁଲ ପଟ୍ଟନାୟକ ଏବଂ ଦାଶରଥି ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଗୀତାଂଶୁ ଶେଖର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
