Odisha news

ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ମାନ୍ୟତା ପାଇଁ ସାଂସଦଙ୍କ ଚିଠିକୁ ଦୁଇ ବର୍ଷ ପାଖେଇଲା : କାର୍ଯ୍ୟକ୍ଷମ ହେଉନି ପ୍ରତିଶ୍ରୁତି

0
ନିରାକାରପୁର,୨୨/୮: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକ ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ବାରମ୍ବାର ଦାବି ପରେ ୨୦୧୫ ମସିହାରେ ଏହି ସଦକକୁ ଜାତୀୟ ରାଜପଥ ଘୋଷଣା ପାଇଁ ବିଭିନ୍ନ ସର୍ଭେ କରାଯାଇ ଡିପିଆର ପର୍ଯ୍ୟନ୍ତ କାର୍ଯ୍ୟ ଅଗ୍ରଗତି ହୋଇଯାଇଥିଲା। କିନ୍ତୁ ପରେ ସବୁ ଠପ ହୋଇଗଲା। ଏବେ ଏହି ଜାତୀୟ ରାଜପଥ ମାନ୍ୟତା କାର୍ଯ୍ୟକ୍ରମ ରାଜନୀତିର ପଶାପାଲି ର ମୋହରା ପାଲଟିଛି। ଚିଠି ଉପରେ ଚିଠି ଯାଉଛି କିନ୍ତୁ ଫଳ ଘର ଶୂନ। କିନ୍ତୁ କିଛି ମାସ ତଳେ ବିଜେପି ବରିଷ୍ଠ ପ୍ରବକ୍ତା ତଥା ନେତା ସମ୍ବିତ ପାତ୍ର ଙ୍କ ଚିଠିର ଉତ୍ତରରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ରାସ୍ତାର ପୁନର୍ବାର ସର୍ଭେ କରିବାକୁ ଉତ୍ତର ଲେଖିଥିଲେ। ସେହିପରି ଅଞ୍ଚଳବାସୀ ବାରମ୍ବାର ଦାବି ପରେ ଏହାକୁ ପ୍ରାୟେ ଦୁଇ ବର୍ଷ ହେବ ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ ଆଇପିୟୁ କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ମହୋଦୟଙ୍କୁ ସାକ୍ଷାତ କରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଦେଇ ନୟାଗଡ଼ ରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବି କରି ଥିଲେ। ଅଞ୍ଚଳ ବାସୀଙ୍କ ତରଫରୁ ଏହି ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ଦାବି କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଅନୁରୋଧ ପତ୍ର  ପ୍ରଦାନ କରିଥିଲେ। କିନ୍ତୁ ଏହି ଦାବି ପତ୍ର ପ୍ରଦାନ କରିବାର ଆଜିକୁ ଦୁଇ ବର୍ଷ ପାଖେଇଲାଣି କିନ୍ତୁ କୌଣସି ଅଗ୍ରଗତି ନାହିଁ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ମଧ୍ୟରେ ବସି ଥିବା ବୈଠକରେ ଓଡ଼ିଶାର ବିଭିନ୍ନ ସଡ଼କ ପାଇଁ ଅର୍ଥ ବରାଦ ପାଇଁ ପ୍ରତିଶ୍ରୁତି ମିଳିଥିଲେ ବି ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ମାନ୍ୟତା ପାଇଁ କୌଣସି ବ୍ୟୟ ବରାଦ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
IEC 2 years
Leave A Reply