ନିରାକାରପୁର, ୧/୬: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ବରିଷ୍ଠ କର୍ମଚାରୀ ତଥା ଗ୍ରନ୍ଥାଗାର ସହାୟକ ପ୍ରଦିପ କୁମାର ଦାଶଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଦିର୍ଘ ୩୦ବର୍ଷ ରୁ ଅଧିକ ସମୟ ଧରି ମହାବିଦ୍ୟାଳୟରେ ପଦାର୍ଥ ବିଗ୍ୟାନ ଗାର ସହାୟକ ଓ ଗ୍ରନ୍ଥାଗାର ସହାୟକ ଭାବରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିବା ପ୍ରଦିପ ଦାଶଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ମନେପକାଇ ଥିଲେ।ଅଧ୍ୟାପକ ଅଧ୍ୟାପିକା ଓ ସହକର୍ମୀ ଡଃ ପ୍ରତିଭାମୟୀ ମିତ୍ର,ଡଃ ପ୍ରଭାତ କୁମାର ଦାଶ,ଡଃ ବ୍ରତୀ ମିଶ୍ର,ଅଧ୍ୟାପକ ସୁକାନ୍ତ ପଟ୍ଟନାୟକ, ଡଃ କୈ।ଶଲ୍ୟା ନାୟକ,ଅଧ୍ୟାପିକା ନମିତା ମହାନ୍ତି, ସୁରେଶ ଚନ୍ଦ୍ର ବିଶ୍ୱାଳ,ଗ୍ରନ୍ଥାଗାରିକ ସଂଯୁକ୍ତା ଦାଶ ଓ ଡଃ ମୃତ୍ୟୁଜଂୟ ରଥ ପ୍ରଦିପଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ।
