ନିରାକାରପୁର, ୨୫/୫: ଖୋର୍ଦ୍ଧା ତହସିଲ ଜାତୀୟ ରାଜପଥ ଗୟାବନ୍ଧ ଛକରେ ଥିବା ସରକାରୀ ଜମିରେ ଥିବା ଆଠଟି ବେଆଇନ ଦୋକାନ ଘର ଉଛେଦ କୁ ବିରୋଧ କରି ବ୍ୟବସାୟୀ ଓ ଗ୍ରାମବାସୀଙ୍କ ଆଜିି ବିକ୍ଷୋଭ କରିଥିଲେ ବି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଥିଲା। ସୂଚନାଯୋଗ୍ୟ କିି ପ୍ରଶାସନ ଗୟାଵନ୍ଧ ଛକରୁ ୮ ବଖରା ଛାତ ଘର ଜବରଦଖଲ ଥିବା ବେଳେ ଏହାକୁ ଉଚ୍ଛେଦ କରିବା କୁ ଆସି ବିରୋଧ ଯୋଗୁଁ ପ୍ରଶାସନ ଫେରି ଯାଇଥିଲା। ଆଜିି ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର ଓ ଏସଡିପିଓ , ଜଙ୍କିଆ ଆଇଆଇସି ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ହେଲେ ଯେଉଁ ଘର ଭାଗିବା ପାଇଁ ପ୍ରଶାସନ ଆସିଥିଲା ସେହି ଘରର ଛାତ ଉପରେ ମହିଳା ମାନେ ଚଢି ଘର ନ ଭାଗିଂବା ପାଇଁ ପ୍ରତିବାଦ କରି ଥିଲେ। ହେଲେ ପୋଲିସ ସେମାନଙ୍କୁ ବାହାର କରିବାକୁ ଚେଷ୍ଟାାକରି ବିଫଳ ହେବାା ପରେ ଅଧିିିକ ପୋଲିସ ଫୋର୍ସ ମୁତୟନ କରି ୧୪୪ ଧାରା ଜାରି କରି ଉଚ୍ଛେଦ କରାଯାଇଛି।
