ନିରାକାରପୁର,୨୭/୧: ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ ଖଣ୍ଡପଡା ଓ ଅରଗୁଳ ମଧ୍ୟରେ ଖେଳ ହୋଇଥିଲା। ଏହି ମ୍ୟାଚ ରେ ଖଣ୍ଡପଡା ୧-୦ ଗୋଲରେ ଅରଗୁଳକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।ଆଜିର ଖେଳକୁ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ସାହୁ,ହ୍ରୁଦାନନ୍ଦ ମହତାବ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ସରପଂଚ ସର୍ବେଶ୍ଵର ସେଠୀ ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଗତକାଲିର ଉଦଘାଟନୀ ମ୍ୟାଚରେ ଖୋର୍ଦ୍ଧା ଲକ୍ଷ୍ମୀଧରପୁର ରୟାଲ କ୍ଳବ ଓ ସ୍ପୋର୍ଟ୍ସ କ୍ଳବ କୁହୁଡି ମଧ୍ୟରେ ହୋଇଥିଲା।କୁହୁଡି ୧-୦ ରେ ବିଜୟ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।ଉଦଘାଟନୀ ମ୍ୟାଚ୍ ରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାବଲ୍ଲଭ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଖେଳ ଆରମ୍ଭ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନେତା ଲକ୍ଷ୍ଣଣ ମଂଗରାଜ,ସମାଜସେବୀକା କୁମୁହଦିନୀ ମହାପାତ୍ର,ସରପଂଚ ପ୍ରଶାନ୍ତ ବେହେରା, ମୂଖ୍ୟମନ୍ତ୍ରୀ ଙ୍କ କାର୍ୟାଳୟର ସୁରକ୍ଷା କର୍ମଚାରୀ ପ୍ରଦୀପ୍ତ ପଟ୍ଟନାୟକ, ଜିଲ୍ଲାପାଳ କାର୍ୟାଳୟ କର୍ମଚାରୀ ତ୍ରିନାଥ ଦଳେଇ,ନିରାକାରପୁର ସଖାସଂଘର ପୂର୍ବତନ ସଂପାଦକ ଲଛମନ ନାୟକ, ଯୁବନେତା ସୁକାନ୍ତ ବେହେରା, ଯୁବ ସମାଜସେବୀ ସନ୍ତୋଷ ଦଳେଇ ଯୋଗ ଦେଇ ଉଭୟ ଦଳର ଖେଳଳୀଙ୍କୁ ଉତ୍ସାହିତ କରିଥିଲେ। ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ। ଖେଳ ପରିଚାଳନା କରିଥିଲେ ସୁକାନ୍ତ କୁମାର ବେହେରା,ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ହ୍ରୁଦାନନ୍ଦ ମହତାବ। ଧନ୍ୟବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ। ,କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ,ଅରକ୍ଷିତ ଦଳେଇ,ଲକ୍ଷ୍ମୀକାନ୍ତ ମହାପାତ୍ର,ଲକ୍ଷ୍ମୀଧର ପ୍ରଧାନ, ବିଧୂଭୂଷଣ ମହାରଣା ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ।ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତାକାଲି ମ୍ୟାଚ୍ ରଘୁନାଥ କ୍ଳବ୍ , ଟାଙ୍ଗୀ ଓ ଖୋର୍ଦ୍ଧା ଫୁଟବଲ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହେବ।