Odisha news

ଖୁଦରକୁଣୀ ଉତ୍ସବ ଉଦଯାପିତ

0
ନିରାକାରପୁର,୧୬/୧୦: ଖୋରଧା ଜିଲା  ଟାଙ୍ଗୀ ବ୍ଲକ ସାନରାଉତପଡା ଗ୍ରା. ପ. ମୂଳିଝର ଗ୍ରାମର ଖୁଦରକୁଣୀ ବ୍ରତଧାରିଣୀ ଯୁବତୀ ମାନଙ୍କ ଦ୍ୱାରା ଖୁଦରକୁଣୀ ଉତ୍ସବ ଏହା ମଧ୍ୟରେ ଉଦଯାପିତ ହୋଇଯାଇଅଛି l ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମନାଟକ “ଲକ୍ଷ୍ମଣ ଶକ୍ତି ଭେଦ, ମହିରାବଣ ବଧ ” ନାଟକ ମଞ୍ଚସ୍ଥ ହୋଇଥିଲା ପୌରାଣିକ ରାମ ନାଟକ ଉପଭୋଗ କରିବା ପାଇଁ ସାନରାଉତପଡା ଗ୍ରା. ପ. ସମେତ ଆଖା ପାଖ ଅଞ୍ଚଳରୁ ବହୁ ଦର୍ଶକ ଶେଷ ରାତ୍ରୀ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ, ନାଟକ ମଞ୍ଚସ୍ଥ ହେବା ଆଗରୁ ଆନୁଷ୍ଠାନିକ ଭାବେ ବାସନ୍ତୀ ମହାପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି l ମୁଖ୍ୟ ଅତିଥି ଭାବରେ ମଞ୍ଚ କୁ ଉଦଘାଟନ କରିଥିଲେ l ଅଭିଭାଷଣ ଛଳରେ ଶ୍ରୀମତୀ ମହାପାତ୍ର କହିଥିଲେ ଯେ ରାମାୟଣ ଆମ ସଂସ୍କୃତିର ଏକ ଅବିଛ୍ୟାଦ ଅଙ୍ଗ ଏବଂ ପ୍ରତେକ ଏହାକୁ କେବଳ ମନୋରଞ୍ଜନ ର ଏକ ମାଧ୍ୟମ ବୋଲି ନ ଭାବି ଆମ ସଂସ୍କୃତି ଆମ ପରମ୍ପରା ଏବଂ ଜୀବନ ଚର୍ଯ୍ୟାର ଏକ ଅନନ୍ୟ ଉଦାହରଣ ଏବଂ ବଳିଷ୍ଠ ମାଧ୍ୟମ l ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସିନ ଥିଲେ ଜ୍ୟୋସ୍ନାରାଣୀ ପାଇକରାୟ,ମିନତୀ ବିଶ୍ୱାଳ ଏବଂ ସ୍ନେହଲତା ଚମ୍ପତି l
Nalco
Leave A Reply