ନିରାକାରପୁର,୧୩/୬: ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଟାଙ୍ଗୀ ବ୍ଲକ କମାଗୁରୁ ରାମଚନ୍ଦ୍ର କଳ୍ପନା ଜୁନିଅର୍ କଲେଜ ପ୍ରାଙ୍ଗଣରେ ବିଶାଳ ନାମ ସଂକୀର୍ତନ ଓ ଗୀତା ବଣ୍ଟନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରୁ ପ୍ରାୟ ୫୦ ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀର ୮୦୦ ରୁ ଉର୍ଦ୍ଧ ସଂକୀର୍ତନ ଗାୟକ କାମଗୁରୁ ବାଙ୍କାନିଧି ଦେବ ମନ୍ଦିର ଠାରୁ ସମାରୋହ ସ୍ଥଳ ପର୍ଯ୍ୟନ୍ତ ଖୋଳ, ମୃଦଙ୍ଗ, ଝାଞ୍ଜ, ଗିନି,ଘଣ୍ଟ ଘଣ୍ଟା ର ତାଳରେ ସଂକୀର୍ତନ ଶୋଭାଯାତ୍ରା କରି ଆସିଥିଲେ । ଆଜିର ସମାରୋହରେ ଉପଦେଷ୍ଟା ବାସୁଦେବ ଭଟ୍ଟଙ୍କ ପୌରାହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହାମାନ୍ୟ ଅତିଥି ରୂପେ ମହନ୍ତ ମହାରାଜ ଦିବ୍ୟାନନ୍ଦ ସରସ୍ବତୀ,ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଭବାନୀ ଶଙ୍କର ଜଗଦେବ, ଅଧ୍ୟାପିକା ଡ଼ଃ ରେଣୁବାଳା ସାମନ୍ତରାୟ, ସାହିତ୍ୟକ ଡ଼ଃ ପୁର୍ଣ ଚନ୍ଦ୍ର ଦାଶ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରସନ୍ନ ବିଷୋୟୀ,ସଭାପତି ପ୍ରସନ୍ନ ବଡ଼ଜେନା,ସମ୍ପାଦକ ସୁଦର୍ଶନ ଚମ୍ପତି, ସଂଯୋଜକ ଅନାଦି ପାତ୍ର, ଭୁବନେଶ୍ୱର ସଭାପତି ଅକ୍ଷୟ ରାଉତ,କାଶୀନାଥ ଜେନା,ଲକ୍ଷ୍ମୀଧର ବେହେରା, ,ପ୍ରଶାନ୍ତ ସ୍ୱାଇଁ, ମାୟାଧର ହୋତା, ଅକ୍ଷୟ ବରାଳ, ଦୁର୍ଯୟ କୁମାର ମହାନ୍ତି,ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ । ସମାରୋହରେ ଗୀତାର ମାହାତ୍ମ୍ୟ ସମ୍ପର୍କ ରେ ବିଶାରଦ ମାନେ ବିଷଦ ଭାବେ ଆଲୋଚନା କରିଥିଲେ । ସମସ୍ତ ସଂକୀର୍ତନ ଗାୟକ ମାନଙ୍କୁ ଉପଢୌକନ, ସାର୍ଟିଫିକେଟ ଓ ଭାଗବତ ଗୀତା ପ୍ରଦାନ କରାଯାଇଥିଲା ।ପୂର୍ବରୁ ବେଗୁନିଆ, ବାଲିପାଟଣା, ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇସାରିଛି । ଆଗାମୀ ଦିନରେ , ଜଟଣୀ, ବାଣପୁର ଓ ଖୋର୍ଦ୍ଧା ରେ ଏଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଆଜିର ସମାରୋହ ରେ ଘୋଷଣା କରାଯାଇଛି l