Odisha news

ସଖାସଂଘ କ୍ରୀଡା ସଂସଦ ଓ ରାମଦୟା ପରିଷଦ ପକ୍ଷରୁ ସ୍ମୃତିଚାରଣ ସଭା

0

ନିରାକାରପୁର,୫/୬:   ସ୍ଵର୍ଗତ କ୍ରୀଡା ଶିକ୍ଷକ ତଥା ସମାଜସେବୀ   ଗୋଦାବରୀ   ଛୋଟରାୟ ଜଣେ ସାଧାରଣ ବ୍ୟକ୍ତି ନଥିଲେ ,ସେ ଏ ଅଂଚଳର ଜଣେ ମୁରବୀ ବୋଲି ଆଜି ସଂଧ୍ୟାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଉପସ୍ଥିତ ବ୍ୟକ୍ତି ଗଣ ମତ ପ୍ରକାଶ କରିଥିଲେ। ନିରାକାରପୁର ରାମଦୟା ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ, ଲକ୍ଷ୍ମୀଧର ସାମନ୍ତରାୟ, ଉପ ସଭାପତି ସାରଙ୍ଗଧର ବଳିଆର ସିଂହ , ସର୍ବେଶ୍ଵର ପାହାଡ଼ ସିଂହ, ଲକ୍ଷ୍ମୀଧର ଦଳେଇ, ପ୍ରକାଶ କୁମାର ଦାଶ ଓ ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।   ସେହିପରି ଖୋର୍ଦ୍ଧା   ଜିଲ୍ଲା ନିରାକାରପୁର ସ୍ଥିତ ସଖା ସଂଘ କ୍ରୀଡା ସଂସଦ ର ପୂର୍ବତନ ସଭାପତି ଗୋଦାବରୀ ଛୋଟରାୟ ଙ୍କ ଆବର୍ତ୍ତମାନରେ ଆଜି ସଂଧ୍ୟା ରେ ସଂଘର ସଭାପତି ବିପିନ କୁମାର ଜୟସିଂହ ଙ୍କ ପୌରହିତ୍ୟ ରେ ଏକ ସ୍ମୃତିଚାରଣ ସଭା କରାଯାଇଥିଲା। ଗୋଦାବରୀ ଛୋଟରାୟ ଦୀର୍ଘ ଦିନ ଧରି ସଖା ସଂଘ କ୍ରୀଡା ସଂସଦ ର ସଭାପତି ରୁପେ ନିରବଚ୍ଛିନ୍ନ ଭାବେ ତାଙ୍କ କାର୍ୟ୍ୟ ତୁଲାଇଥିଲେ। ତାଙ୍କ ଅନୁପସ୍ଥିତ କ୍ରୀଡା ସଂସଦ ର ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ କ୍ରୀଡା ସଂସଦ ର ସଦସ୍ୟ ଗଣ ମତ ରଖିଥିଲେ। ସଂପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରିହର ସିଂହ,ଉପ ସଭାପତି ଉମେଶ ମିଶ୍ର, ରମାକାନ୍ତ ପୁରୋହିତ, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ମହେଶ୍ବର ବେହେରା,ଶ୍ୟାମ ସୁନ୍ଦର ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିକ୍ରମ କେଶରୀ ସାହୁ ଓ ବିଭୁତି ଭୁଷଣ ଦାଶ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଦୀପକ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Leave A Reply