Odisha news

ପ୍ରାକୃତିକ ପରିବେଶରେ ଭରପୁର ରାମେଶ୍ୱର ମଲାଗୁଣୀ ଡ଼୍ୟାମ ଅଞ୍ଚଳ ଏବେ ଶ୍ରୀହୀନ : ତଥାପି ପର୍ଯ୍ୟଟକଙ୍କ ଭିଡ଼ ଭୋଜିଭାତ ଆସର ଜମୁଛି , ଡ଼୍ୟାମ ପରସର ସୈାନ୍ଦର୍ଯ୍ୟକରଣର ରକ୍ଷଣାବେକ୍ଷଣର ଅଭାବ

0

ନିରାକାରପୁର,୨୪/୯: ସୁନ୍ଦର ପ୍ରାକୃତିକ ପରିବେଶରେ ଭରପୁର ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ମଲାଗୁଣୀ ଡ଼୍ୟାମ ଅଞ୍ଚଳ । ପାଶ୍ୱର୍ରେ ସବୁଜ ଗଛଲତା ଭରା ଧାନଘର ପାହାଡ଼ ,ପାଦଦେଶରେ କୁଳୁକୁଳ ରାବ ଦେଇ ଅତିକ୍ରମ କରୁଛି ମନ୍ଦାକୀନ ନଦୀ । ଏହି ଶାନ୍ତ ପରିବେଶରେ ନିଜକୁ କିଛି ସମୟ ହଜାଇଦେବାକୁ ନିକଟରେ ଯାଇଥିବା ୧୬ନଂ ଜାତୀୟ ରାଜପଥରୁ ପର୍ଯ୍ୟଟକମାନେ ଆସି ଏହି ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହ ମଲାଗୁଣୀ ଡ଼୍ୟାମର ସୈାନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ।

ଏହାକୁ ଆଖିଆଗରରେ ରଖି ତତôକାଳୀନ ମୁଖ୍ୟମନ୍ତ୍ରୀ ତଥା ରାମେଶ୍ୱର ଗାଁର ପୁଅ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳର ମାନ୍ୟତା କରାଇବା ସହ ଉକ୍ତ ପାହାଡ଼ ପରିବେଶର ପାଦଦେଶରେ ଓ ୧୬ନ ଜାତୀୟ ରାଜପଥ ରାମେଶ୍ୱର ଛକକୁ ଲାଗି ରାମେଶ୍ୱର ପାନ୍ଥ ନିବାସ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାପନ କରିଥିଲେ । ତା ସହିତ ଏହି ପାନ୍ଥ ନିବସ ପରିସରରେ ଏକ ସୁନ୍ଦର ଉଦ୍ୟାନ, ନିକଟ ମଲାଗୁଣୀ ଡ଼୍ୟାମରେ ନୈାକା ବିହାରର ବ୍ୟବସ୍ଥା ମଧ୍ୟ କରିଥିଲେ । ଯାହା କି ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥିଲା ।

ରାମେଶ୍ୱର ଓ ତାରପାଖାପାଖି ୫୦ରୁ ଉର୍ଦ୍ଧ ଗ୍ରାମକୁ ଜଳ ସେଚନର ସୁବିଧାକୁ ଦୃଷ୍ଟିରେ ରଖି ସ୍ଥାପନ କରାଯାଇଥିବା ରାମେଶ୍ୱର ମଲାଗୁଣୀ ଡ଼୍ୟାମର ପରିବେଶ ମଧ୍ୟ ପର୍ଯ୍ୟଟକମାନଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରୁଥିଲା । ଡ଼୍ୟାମର ଉପର ପାଶ୍ୱର୍ରେ ସୁନ୍ଦର ଆଲୋକସଜ୍ଜା, ଡ଼୍ୟାମ ପରିସରରେ ଏକ ବିରାଟ ପାର୍କ ଓ ସେଥିରେ ନାନା ପ୍ରକାରର ଫୁଲ,ଫଳ ଗଛ ପାଖର କେନାଲ, ରଘୁନାଥ ଓ ମହାଦେବଙ୍କ ମନ୍ଦିର, ଧାନଘର ମୁଣ୍ଡିଆ ଉପରେ ହନୁମାନଙ୍କ ମନ୍ଦିର,ନୈାକାବିହାରରେ ପର୍ଯ୍ୟଟକମାନେ ସମୟ ବିତାଇବା ସହ ନିକଟସ୍ଥ ପାନ୍ଥ ନିବାସରେ ରାତ୍ରୀ ଯାପନ କରି ସୁସ୍ୱାଦ ଭୋଜନ କରିବା ପର୍ଯ୍ୟଟକମାନଙ୍କୁ ଏଠାକୁ ଆସିବା ପାଇଁ ଆକୃଷ୍ଟ କରୁଥିଲା । କିନ୍ତୁ ଦୀର୍ଘ ବର୍ଷ ହେବ ଏହା ଶ୍ରୀହୀନରେ ପରିଣତ ହୋଇଛି । ହାତଗଣତି କିଛି ପର୍ଯ୍ୟଟକ ଏଠାକୁ ଆସୁଥିବାବେଳେ ସ୍ଥାନୀୟ ରାଜନେତା, ପର୍ଯ୍ୟଟକ ବିଭାଗର ଇଛା ଶକ୍ତିର ଅଭାବ ଯୋଗୁ ଏବେ ଖାଁ ଖାଁ ଲାଗୁଛି ।

କିନ୍ତୁ ଯେଉଁମାନେ ଏଠାକୁ ଥରେ ଆସିଛନ୍ତି ସେମାନେ ବାରମ୍ବାର ଆସି ଏହି ପରିବେଶରେ ଭୋଜିଭାତ କରି ସମୟ ଅତିବାହିତ କରି ଯାଉଛନ୍ତି । ଏବେ ରାମେଶ୍ୱର ଡ଼୍ୟାମ ପରିସରରେ ଥିବା ପାର୍କରେ କିଛି ବଡ଼ ବଡ଼ ଗଛ ବ୍ୟତିତ ସଂପୂର୍ଣ୍ଣ ଲଣ୍ଡା ହୋଇଯାଇଛି । ଡ଼୍ୟାମର ଆଲୋକୀକରଣ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଏହି ଅଞ୍ଚଳରେ ଅନାବନା ଗଛଲତା ପରିପୂର୍ଣ୍ଣ ହେବାରୁ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଳଟିଛି । ବେଳଥିଲା ବହୁସଂଖ୍ୟାରେ ପର୍ଯ୍ୟଟକମାନେ ଭୋଜିଭାତ କରି ସେଳଫିର ମଜ୍ଜା ଉଠାଉଥିବାବେଳେ ଏବେ ହାତଗଣତି କିଛି ଲୋକମାନେ ଆସୁଛନ୍ତି । ବୋଟିଂ ବ୍ୟବସ୍ଥା ପୁରାପୁରି ବନ୍ଦ ହୋଇଯାଇଛି ।

ଦୀର୍ଘଦିନ ନିକଟସ୍ଥ ରାମେଶ୍ୱର ପର୍ଯ୍ୟଟନ ବିଭାଗର ପାନ୍ଥ ନିବାସ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିବା ପରେ ଏବେ କିଛି ମାସ ହେବ ଏକ ଘରୋଇ ସଂସ୍ଥା ଏହାକୁ ଚୁକ୍ତ ଭିତ୍ତିକ ନେଇ ଏହାର ସୈାନ୍ଦର୍ଯ୍ୟକରଣ କରି ଚଳାଉଥିବାର ଦେଖିବାକୁ ମିଳୁଛି । ଆଗକୁ ଶୀତଋତୁ ଆସୁଥିବାବେଳେ ଯଦି ସ୍ଥାନୀୟ ରାଜନେତା ଓ ପର୍ଯ୍ୟଟନ ବିଭାଗର ଶୁଭଦୃଷ୍ଟି ଏହି ଅଞ୍ଚଳ ପ୍ରତି ପଡ଼ନ୍ତା ଦେବେ ଏହା ପୁନର୍ବାର ପର୍ଟ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହ ଜନଗହଳିରେ ପରିଣତ ହୋଇ ସ୍ଥାନୀୟ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି

Nalco
Leave A Reply