ନିରାକାରପୁର,୨୬/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ ଙ୍କର ଆଜି ଏମ୍ସ ହସ୍ପିଟାଲ, ଭୁବନେଶ୍ୱର ଠାରେ ମୃତ୍ୟୁ ଘଟିଯାଇଛି, ସ୍ଵର୍ଗତ ଶରତ ସାରେ ଏକ ଧାରାରେ ଥିଲେ ଜଣେ ପ୍ରଧାନ ଶିକ୍ଷକ, ଗ୍ରାମ୍ୟ ଶାନ୍ତି କମିଟି ର ସମ୍ପାଦକ, ସଖାସଂଘ କ୍ରୀଡାସଂସଦ ନିରାକାରପୁର ର ସାଧାରଣ ସମ୍ପାଦକ ଓ ବରିଷ୍ଠ ନାଗରିକ ମାନଙ୍କର ଜଣେ ଉପଦେଷ୍ଟା, ତାଙ୍କ ବିୟୋଗରେ ନିରାକାରପୁର ଅଂଚଳରେ ଶୋକାକୂଳ ଅବସ୍ଥା ସୃଷ୍ଟିହୋଇଛି, ପ୍ରଭୁ ଜଗନ୍ନାଥ ପବିତ୍ର ଆତ୍ମା ଙ୍କର ବୈକୁଣ୍ଠ ପ୍ରାପ୍ତି ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ପ୍ରାର୍ଥନା କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁତ୍ର, ପୁତ୍ର ବୋଧୁ ଓ ଝିଅ ଜ୍ବାଇଁ ଉପସ୍ଥିତ ଥିଲେ। ତାଙ୍କ ଶବକୁ ପୁରୀ ନୂଆ ଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି