Odisha news

ଆନ୍ଧ୍ର ପ୍ରଦେଶ ରେ କାର୍ୟ୍ୟରତ ଯୁବ ଜେସିବି ଅପରେଟରଙ୍କ ମ୍ରୁତ୍ୟୁ

0
ନିରାକାରପୁର,୨୬/୪ -ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହରିପୁର ଗ୍ରାମର ଦାସରଥି ପାତାଳା ସିଂହ ଙ୍କ ପୁଅ ସର୍ବେଶ୍ଵର ପାତଳା ସିଂହ(୨୩) ଆନ୍ଧ୍ର ପ୍ରଦେଶର ଏରୋନେଟିକ ପିପୁଲସ ପ୍ରାଇଭେଟ୍ ଲିମିଟେଡ ନାମରେ ଏକ ଘରୋଇ କମ୍ପାନୀ ରେ କାର୍ୟ୍ୟରତ ଥିଲେ। ସେଠାରେ ସେ ଉକ୍ତ କମ୍ପାନୀ ର ଜେସିବି ଅପରେଟର ଭାବେ କାର୍ୟ୍ୟ କରୁଥିଲେ। ଗତ ୨୪ ତାରିଖ ଦିନ ତାଙ୍କର ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ତିରୁପତି ର ଅମରା ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ କାର୍ୟ୍ୟରତ ଦୁଇ ଜଣ ସାଙ୍ଗ ତାଙ୍କୁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମ ହରିପୁର କୁ ଆଣିଥିଲେ। ଆଜି ଏକ ଶୋକାକୁଳ ପରିବେଶ ରେ ତାଙ୍କ ଶବକୁ ଗ୍ରାମ ରେ ଶହଶହ ଲୋକ ଶେଷଦର୍ଶନ କରିବା ସଙ୍ଗେ ସଙ୍ଗେ ଗ୍ରାମ ସ୍ମଶାନ ରେ ତାଙ୍କ ର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ସେ ତାଙ୍କ ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବା ରୁ ସରକାରୀ ସାହାଯ୍ୟ ପାଇଁ ପୂର୍ବତନ ସରପଂଚ ଗିରିଶ ମହାରଣା ଓ ଗ୍ରାମବାସୀ ଦାବି କରିଛନ୍ତି ।
Nalco
Leave A Reply