Odisha news

ଅଳ୍ପକେ ବର୍ତିଲେ ସ୍କୁଲ ଛାତ୍ରୀ, କିଛି ସମୟ ଅଟକିଲା ବସ

0

ନିରାକାରପୁର, ୧୨/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ସାମ୍ନାରେ ଆଜି ସକାଳ ୭ ଟା ସମୟରେ ହଠାତ ଜଣେ ସ୍କୁଲ ଛାତ୍ରୀ ବସ ରୁ ଡେଇଁ ପଡ଼ିବାରୁ ସାମାନ୍ୟ ଆହତ ହୋଇଥିବା ପୋଲିସ ଠାରୁ ଜଣାପଡିଛି। ସୂଚନା ଯୋଗ୍ୟ କି ପୁରୀ ରୁ ହିଞ୍ଜିଳିକାଟୁ ଯାଉଥିବା ଏକ ଓଡ଼ିଶା ପରିବହନ ନିଗମର ଏକ ବସରେ ଜଣେ ଛାତ୍ରୀ ନିରାକାରପୁର ପଡ଼ିବାକୁ ଆସୁଥିଲେ। କିନ୍ତୁ ଅସାବଧାନତା କାରଣରୁ ବସ ରଖିବା ପାଇଁ ଯାଉଥିବାବେଳେ କାଳେ ବସ ନ ରଖିବ ଭାବି ଛାତ୍ରୀ ଜଣକ ହଠାତ୍ ନିରାକାରପୁର ଥାନା ନିକଟରେ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ମୁଣ୍ଡରେ ଆଘାତ ଲାଗିବାରୁ ତାକୁ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇଥଲେ। କିଛି ସମୟ ପରେ ଛାତ୍ରୀ ଜଣକ କଥାବାର୍ତ୍ତା କରିବା ପରେ ବସ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

Leave A Reply