Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା : ୪ ଜଣ ଅଟକ, ପୋଲିସର ଖୋଳତାଡ

ଖୋର୍ଦ୍ଧା ହସ୍ପିଟାଲରେ କୃଷ୍ଣର ଶବ

0
ନିରାକାରପୁର, ୧୦/୪: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ମାଝୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ କି ଆଜି ସକାଳ ୮ ଟା ସମୟରେ ହରିପୁର ମାଝୀ ସାହିର ଚରଣ ମାଝୀଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ମାଝୀ ( ୪୫) ଛିଡ଼ା ହୋଇ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜର ସମ୍ପର୍କୀୟ ଦାଦା ଓ ତାଙ୍କ ପୁତ୍ର ମାନେ ମିଶି କାଠ ଫାଳିଆ ରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ସମୟର କୃଷ୍ଣର ମା ବଦନୀ ମାଝୀ ଯେତେ ବି କାକୁତି ବିନତୀ ହୋଇ ପୁଅକୁ ଛାଡ଼ି ଦେବାକୁ କହିଥିଲେ କିନ୍ତୁ ସେମାନେ ସାରା ଶରୀରକୁ ମାଡ଼ ମାରି କୃଷ୍ଣ କୁ ଲହୁଲୁହାଣ କରି ଦେଇଥିଲେ। ପରେ ସେମାନେ କୃଷ୍ଣ ମାରି ଯାଇଥିବା ଜାଣି ସେଠାରୁ ଫେରାର ହୋଇଯାଇଥିଲେ। ପରେ ମା ବଦନୀ ନିରାକାରପୁର ପୋଲିସ କୁ ଖବର ଦେବାପରେ ପୋଲିସ ଆଇଆଇସି ଗୀତାଞ୍ଜଳୀ ନାୟକ ପହଞ୍ଚି ଖସି ଯାଉଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରି ଥାନାରେ ରଖି ପଚରା ଉଚରା କରୁଥିବା ଜଣାପଡିଛି। ଗ୍ରାମବାସୀଙ୍କ ସହାୟତାରେ ୧୦୮ ରେ କୃଷ୍ଣ ଚନ୍ଦ୍ରଙ୍କ ଗୁରୁତର ଭାବେ ଖୋର୍ଦ୍ଧା ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ସେଠି ମୃତ ଘୋଷଣା କରିଥିଲେ। ପରେ ଶବ କୁ ନେଇ ଯାଇଥିବା ଲୋକ ମାନଙ୍କ ତରଫରୁ କୌଣସି ଅଭିଯୋଗ ଅପରାହ୍ନ ପର୍ଯ୍ୟନ୍ତ ନ ହେବାରୁ ଶବ ବ୍ୟବଚ୍ଛେଦ ନ ହୋଇ ଏ ପର୍ଯ୍ୟନ୍ତ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ଜଣାପଡିଛି। ପରେ ବିଳମ୍ବରେ କୃଷ୍ଣ ଙ୍କ ମା ବଦନୀ ମାଝୀଙ୍କ ତରଫରୁ ଏକ ଲିଖିତ ଅଭିଯୋଗ ହୋଇଛି। ଏଥିରେ ଗ୍ରାମର ସୁଦାମ ମାଝୀ, ନିତେଇ ମାଝୀ, ଭାରତୀ ମାଝୀ, ଧରମା ମାଝୀ, ସୁମନ୍ତ ମାଝୀ ଓ ରବି ମାଝୀ ପ୍ରମୁଖ ଏଥିରେ ସଂପୃକ୍ତି ଅଛି ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ପୋଲିସ ୪ ଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ଶୁଣିବାକୁ ମିଳୁଛି।ସୂଚନାଯୋଗ୍ୟ କି କୃଷ୍ଣ ଜଣେ ଡ଼୍ରାଇଭର। ଶୁଣିବାକୁ ମିଳୁଛି ଜମିବାଡ଼ି କୁ ନେଇ ଦାଦା ପୁତୁରା ଙ୍କ ମଧ୍ୟରେ ଅନେକ ସମୟେ ଗଣ୍ଡଗୋଳ ଘଟିଥିଲା। ଏବେ ୩ ଦନ ତଳେ କୃଷ୍ଣ ଜେଲରୁ ମୁକୁଳି ଆସି ଥିବା ର ଶୁଣିବାକୁ ମିଳିଛି।
Leave A Reply