Odisha news

ପଞ୍ଚମ ଦିବସରେ ସ୍କନ୍ଦମାଚା ବେଶରେ ମା ବନଦୁର୍ଗା

0

ନିରାକାରପୁର: ୨୬/୦୩ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ପଞ୍ଚମ ଦିବସରେ ସ୍କନ୍ଦମାଚା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମଙ୍ଗଳ ଆଳତି, ବାଳଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମା ସ୍କନ୍ଦମାଚା ଙ୍କୁ ଆରାଧନା କଲେ ଚତୁର୍ବର୍ଗ ଫଳ ପ୍ରାପ୍ତି ହୋଇଥାଏ । ପ୍ରଭୁଦତ୍ତ ପାଇକରାୟ, ମନୋରଞ୍ଜନ ପଣ୍ଡିତ୍, ରମେଶ ପ୍ରଧାନ, ହୁଲ୍ଲାସ ପ୍ରଧାନ, ରବିନ୍ଦ୍ର ଦାସ ଓ ଗ୍ରାମର ବହୁ ଭକ୍ତମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଶରେ ମା’ଙ୍କ କୃପା ଲାଭ କରିଥିଲେ।

Nalco
Leave A Reply