ନିରାକାରପୁର,୧୦/୩-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫେ।ରଣ ଘଟଣା ରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ଘଟଣା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ୬ ତାରିଖ ସକାଳ ପ୍ରାୟ ୮ ଟା ବେଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ଆଉ ଜଣଙ୍କର ହସ୍ପିଟାଲ ରେ ମୃତ୍ୟୁ ଘଟିଥିଲା। ଏଥି ମଧ୍ୟରୁ ଜଣକର ଘର ପୁରୀ ଜିଲ୍ଲା କଣାସ ବ୍ଲକ୍ ବାଦୁରବର ଗ୍ରାମର ବୃନ୍ଦାବନ ସାହୁ (୬୨) ଓ ଆଉ ଜଣଙ୍କର ନାମ ସହଦେବ ବେହେରା ଘର ନିରାକାରପୁର ଥାନା ପାଣ୍ଡବପାଟଣା , ଭୁୁୁଷଣ୍ଡପୁର ଗ୍ରାମର ନିରଞ୍ଜନ ବେହେରା ଓ ବ୍ରଜ ବେହେରା , ଦୋଳଗୋବିନ୍ଦ ବେହେରା (୫୫), ବୋଲି ଜଣାପଡିଛି। ସେହିପରି ଗୁରୁତର ଅବସ୍ଥାରେ ଭୁଷଣ୍ଡପୁର ଗ୍ରାମର ସୁଦର୍ଶନ ବେହେରା (୪୮) ଓ ମହେଶ୍ୱର ବେହେରା ହସ୍ପିଟାଲ ରେ ଚିକିତ୍ସତ ହେଉଥିଲେ। ଆଜି ପୁଣି ଜଣେ ଗୁରୁତର ମହେଶ୍ୱର ବେହେରା ଙ୍କ ଏମ୍ସ ହସ୍ପିଟାଲ ରେ ମୃତ୍ୟୁ ଘଟିଛି।
