Odisha news

ଅଣ୍ଡା ଉତ୍ପାଦନକାରୀ ଫାର୍ମକୁ ବନ୍ଦ କରି ସ୍ଥାନାନ୍ତରିତ କରିବାକୁ ଦାବୀ ନେଇ ଧାରଣା

0

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହୀରାପୁର ପଞ୍ଚାୟତ ଇନ୍ଦିପୁରଠାରେ ଥିବା ଗୋବିନ୍ଦ ଆଗ୍ରୋ ପ୍ରଡ଼କ୍ଟସ ପରିବେଶକୁ ଦୂଷିତ କରିବା ଓ ବିଭିନ୍ନ ରୋଗ ହେବାର କାରଣ ଦର୍ଶାଇ ସ୍ଥାନୀୟ ୩ଟି ପଞ୍ଚାୟତର କିଛି ଗ୍ରାମବାସୀ ଏଠାରୁ ଏହାକୁ ସ୍ଥାନାନ୍ତର କରିବା କିମ୍ବା ବନ୍ଦ କରିବା ଦାବୀରେ ଧାରଣା ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ କି ଦୀର୍ଘ ବର୍ଷ ଧରି ଏହି ଆଗ୍ରୋ ପ୍ରଡ଼କ୍ଟସ ଫାର୍ମ ଏହି ସ୍ଥାନରେ ଅଣ୍ଡା ଉତ୍ପାଦନ କରୁଥିବାବେଳେ ବର୍ତ୍ତମାନ ତାର ଦୂଷିତ ଜଳ, ମଲା କୁକୁଡ଼ା ,ପଚା ଅଣ୍ଡା ଇତ୍ୟାଦିର ଦୁର୍ଗନ୍ଧରେ ସ୍ଥାନୀୟ ପାଖାପାଖି ଗ୍ରାମବାସୀମାନେ ଅତିଷ୍ଟ ହୋଇପଡ଼ିଥିବା କଥା ଅଭିଯୋଗରେ ଦର୍ଶାଇ ଏକ ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ , ବିଧାୟକ, ଜିଲ୍ଲାପାଳ, ତହସିଲଦାର ,ଏସପି,ଜଙ୍କିଆ ଥାନା ଅଧିକାରୀ ଓ ବୋତଳମା ସରପଞ୍ଚ,ହୀରାପୁର ସରପଞ୍ଚ, ହଜ ସରପଞ୍ଚଙ୍କୁ ଜଣାଇଥିଲେ । ଗତ ୨୦ତାରିଖ ମଧ୍ୟରେ ଏହାର ସମାଧାନ ନ ହେଲେ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେବାକୁ ଦାବୀ କରିଥିଲେ ।

ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନ ନେବା ପରେ ଆଜି ଗ୍ରାମବାସୀଙ୍କ ସହ ମିଶି ହଜ, ହୀରପୁର ଓ ବୋତଳମା ପଞ୍ଚାୟତ ସରପଞ୍ଚମାନେ ଫାର୍ମ ରାସ୍ତାର ଟେଣ୍ଡ କରି ଧାରଣାରେ ବସି ରହିଥିଲେ । ଖବର ପାଇ ଘଟଣାସ୍ଥଳକୁ ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା , ବେଗୁନିଆ ତହସିଲଦାର ଓ ସିକୋ ଫାଣ୍ଡି ଅଧିକାରୀ ଆସି ଲୋକଙ୍କୁ ବୁଝାସୁଝା କରିବା ସହ ଆସନ୍ତା କାଲି ଘଟଣାସ୍ଥଳକୁ ଜିଲ୍ଲା ମୁଖ୍ୟ ପଶୁ ଚିକିସôାଧୀକାରୀ ଆସି ଘଟଣାର ତଦନ୍ତ କରିଲା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଥିଲେ । ଧାରଣା କାଲି ପର୍ଯ୍ୟନ୍ତ ଜାରି ରହିଥିବା କଥା ଆନେ୍ଦାଳନକାରୀଙ୍କ ତରଫରୁ ଜଣାପଡ଼ିଛି ।

Leave A Reply