Odisha news

ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ : ନିରାକାରପୁର ପ୍ରାଥମିକ ବିଦ୍ୟାଳୟରେ ୯୮ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ

0

ନିରାକାରପୁର,୨୩/୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ନିରାକାରପୁର ପଞ୍ଚାୟତ ବଡ଼ ବଜାରରେ ଥିବା  ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ    ଶିକ୍ଷକ ଅଭାବ ଯୋଗୁ ପାଠ ପଢା ବିପର୍ଯ୍ୟସ୍ତ ହୋଇପଡିଛି  । ଏହି ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ନିରାକାରପୁର ବଜାର ମଧ୍ୟରେ ନୂଆ ଜଗନ୍ନାଥ ସଡ଼କ କଡ଼ରେ ରହିଥିବାରୁ ସବୁବେଳେ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ଏବେ ଶିକ୍ଷା ଦାନ ଏକ ପ୍ରକାରର ସ୍ଥାଣୁ ପଲଟିଯାଇଛି। ସୂଚନାଯୋଗ୍ୟ କି ଏବେ ମୋଟ ଛାତ୍ରଛାତ୍ରୀ ୯୮ ଜଣ ଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ଦୁଇ ଜଣ ଶିକ୍ଷକ ରହିଛନ୍ତି। ତେଣୁ ତୁରନ୍ତ ଆଉ ଦୁଇ ଜଣ ଶିକ୍ଷକ ନିଯୁକ୍ତି କରିବା ପାଇଁ ଅଭିଭାବକ ସଘ୍, ସ୍କୁଲ କମିଟି ସଭ୍ୟମାନେ  ସି ଆର୍ ସି ସି ଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଟାଙ୍ଗୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

Nalco
Leave A Reply