ନିରାକାରପୁର, ୧୯/୨: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବେହେରା ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ ରମାବିଲି ମନ୍ଦିର କୁ ଯାଇଥିଲେ।ବାଳକ ଜଣଙ୍କ ରାସ୍ତା ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡିଥିଲେ।ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ।ଖବର ପାଇ ମନ୍ଦିର ନିକଟ କୂଅରୁ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବରବ ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛି।ମୃତଦେହ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୋଲିସ କହିଛି।ନାଵାଳକର ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
