ନିରାକାରପୁର, ୧୨/ ୨ : ଡିଆ ପଂଚାୟତ ର ଇଷ୍ଟଦେବ ଶ୍ରୀ କପିଳେଶ୍ଵର ଙ୍କ ପୀଠରେ ଜଗତ କଲ୍ୟାଣ ଉଦେଶ୍ୟ ରେ ଆଜିଠାରୁ ଆରମ୍ଭ ହୋଇଛି ସତଚଣ୍ଡୀ ମହାରୁଦ୍ର ଯଂଜ୍ଞ ! ଏହି ଅବସରରେ ଶତାଧିକ ସ୍ଥାନୀୟ ଅଂଚଳ ର ମହିଳା/ ପୁରୁଷ ବ୍ରତଧାରୀ ନିକଟସ୍ଥ ବଡ଼ପୋଖରୀ ରୁ ଜଳ ଯାତ୍ରା କରି ଯଂଜ୍ଞ ପୀଠ ରେ ପହଂଚି ଥିଲେ ! ପରେ ରୀତିନୀତି ଅନୁଯାୟୀ ସର୍ବଦେବାଦେବୀ ଆବାହନ, ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୋପୁଜା, ଆଦି କର୍ମ କର୍ମଣୀ ଅନୁଷ୍ଠିତ ହୋଇଥିଲା ! ଉକ୍ତ କାର୍ଯ୍ୟକ୍ରମ ଟି ଦୀର୍ଘ ସପ୍ତାହ ବ୍ୟାପୀ ପାଳିତ ହେବ ! ଆସନ୍ତା ମହାଶିବ ରାତ୍ରି ଦିନ ପୂର୍ଣାହୁତ ଦିଆଯିବ ! ତେଣୁ ଉକ୍ତ ଦିନ ଶତାଧିକ ସଂଖ୍ୟାରେ ଶୈବ ଭକ୍ତ ଉପସ୍ଥିତ ରହି ପ୍ରଭୁ କୃପା ଲାଭ ନିମନ୍ତେ କମିଟିର କର୍ମକର୍ତା ସଞ୍ଜୟ କୁମାର ମହାପାତ୍ର, ମାନସ ଚନ୍ଦ୍ର ପଟ୍ଟନାୟକ, ସାରଙ୍ଗ ଧର ମହାପାତ୍ର, ଓ କିଶୋର କୁମାର ଦାଶ ପ୍ରମୁଖ ନିବେଦନ କରିଛନ୍ତି !
