ନିରାକାରପୁର, ୦୪/୦୨: ବାବା ନୀଳକଣ୍ଠେସ୍ୱର କ୍ରିକେଟ କ୍ଲବ ରମାବିଲ ଆନୁକୁଲ୍ୟରେ ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟ୍ରୁନିଆମେଣ୍ଟ ଖୋର୍ଦ୍ଧା ଜିଲ୍ଲାର ରମାବିଲ ଗ୍ରାମ ଠାରେ ଚତୁର୍ଥ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ତୋଟା ପଡ଼ା କ୍ରିକେଟ କ୍ଲବ, ଓ ବାବା ନିଳକେଣ୍ଠ ଶ୍ୱର୍ କ୍ରିକେଟ କ୍ଲବ, ରମାବିଲ ମଧ୍ୟ ରେ ଖେଳା ଯାଇଥିଲା ।ଟଚ୍ ଜିତି ତୋଟା ପଡ଼ା ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଥିଲା ୧୪ଓଭର୍ ଖେଳି ସମସ୍ତ ୱିକେଟ୍ ହରାଇ ୬୦ ରନ୍ ସଂଗ୍ରହ କରିଥିଲା , ରମାବିଲ ୧୬ ଓଭର୍ ରେ ୮ ୱିକେଟ୍ ହରାଇ ୬୧ରନ୍ କରି ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ ଶିକ୍ଷକ ନେତା ଶ୍ରୀଯୁକ୍ତ ରମାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉଛାହିତ କରିଥିଲେ। ଏହୀ ମ୍ୟାଚ୍ କୁ ସେଧସ୍ୱର୍ ସାମନ୍ତରାୟ ଓ ସତ୍ୟବ୍ରତ ପ୍ରଧାନ ପରିଚାଳନା କରିଥଲେ। ସ୍କୋର ବୋର୍ଡ ଓ ଧାରା ବିବରଣି ପ୍ରଦାନ ରେ ଭାଗିରଥି ଚଂପତିରାୟଓ ଶ୍ରୀନିବାସ ସାମନ୍ତରାୟ ସହଯୋଗ କରିଥିଲେ । ଏହି ମ୍ୟାଚରେ ରମବିଲ ଟିମ୍ ର ଅଧିନାୟିକ ଭାରତ ସୁନ୍ଦରାୟ ନେଇ ମାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
