ନିରାକାରପୁର,୨୫/୧: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ସଭାକୁ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଉଦଯାପନ କରିବା ସହ ମହିଳା ମାନଙ୍କ ନିମନ୍ତେ ଆତ୍ମସୁରକ୍ଷାର କୌଶଳ ଶିଖିବା ଯେ କେତେ ଆବଶ୍ୟକ ସେ ବିଷୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନନ୍ଦ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ପ୍ରାଣେଶ୍ୱର ଜୟସିଂହ ମଞ୍ଚ ପରିଚାଳନା କରିଥିଲେ l ପରିଶେଷରେ ସମସ୍ତ ଶିବିରlର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି l
