Odisha news

ଉତ୍ୟକ୍ତ ମହିଳାମାନେ ଘେରିଲେ ଜଂକିଆ ଥାନା : ପ୍ରତିଶ୍ରୁତି ପରେ ହଟିଲେ

0

ନିରାକାରପୁର,୨୫/୧୨:  ଆଜି ବି ଜେ ପି ଖୋର୍ଦ୍ଧା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ପ୍ରଧାନଙ୍କ ନେତୃତ୍ୱରେ ଏକ ମହିଳା ଦଳ ଖୋର୍ଦ୍ଧା ଅଞ୍ଚଳର ଜଙ୍କିଆ ଥାନା  ଘେରାଉ କରିଥିଲେ l ସୂଚନାଯୋଗ୍ୟ କି ମଳିପଡ଼ା ସ୍ଥିତ ଚାରି ଭଉଣୀ (ସରିତା ମିଶ୍ର, ମୋନୀ ମୌସୁମୀ ମିଶ୍ର, ସୋନି ମିଶ୍ର ଏବଂ ମମତା ମିଶ୍ର )ଙ୍କ ପିତାଙ୍କ ଦେହାନ୍ତ ପରେ ଦୀର୍ଘ ଦିନରୁ ଚାଲିଆସୁଥିବା ମିଶ୍ର ଢ଼ାବା କୁ ପୁନର୍ବାର ଚଳାଇବାକୁ ପ୍ରଚେଷ୍ଟା କରୁଥିବା ବେଳେ ସେଠାର କିଛି ଅସାମାଜିକ ଯୁବକ ଏମାନଙ୍କୁ ବାରମ୍ବାର ଆକ୍ରମଣ କରି ତାଙ୍କର ଦାନାପାଣିରେ ଧୂଳି ଦେବାକୁ ସବୁପ୍ରକାର ଅପପ୍ରୟୋଗ କରୁଛନ୍ତି l ଏ ବିଷୟରେ ଗତ ତା.25. ନଭେମ୍ବର 2022 ଠାରୁ FIR ଦେବା ସଙ୍ଗେ ସଙ୍ଗେ ମାନ୍ୟବର ଜିଲ୍ଲା ନିରୀକ୍ଷକଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା l ଦୁଃଖ ର ବିଷୟ ଆଜି ଏ ସମ୍ବନ୍ଧରେ ଜଙ୍କିଆ ଥାନାରେ ପହଞ୍ଚି କାର୍ଯ୍ୟ ଧାରାକୁ ତ୍ୱରାନ୍ୱିତ କରିବାକୁ ଯାଇଥିବା ବେଳେ ଜଙ୍କିଆ ଥାନା ସମ୍ପୂର୍ଣ ଖାଲି ପଡିଥିଲା l ଶେଷରେ ଅତ୍ୟଧିକ ହୋ ହାଲ୍ଲା ପରେ ନିରାକାର ପୁର ଥାନାରୁ ଏକ ମହିଳା ଅଧିକାରୀ ଆସି ଆସନ୍ତା ଦୁଇଦିନ ମଧ୍ୟରେ ଏହାର ସମ୍ପୂର୍ଣ ତଦନ୍ତ କରାଯାଇ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେବାପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା ଏବଂ ଆଗାମୀ ଦିନରେ ପ୍ରତିଶୃତି ବିଫଳ ହେଲେ ଜଙ୍କିଆ ଥାନାକୁ ସମ୍ପୂର୍ଣ ଅଚଳ କରିଦିଆଯିବ ବୋଲି ଖୋର୍ଦ୍ଧା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ପ୍ରଧାନ ଉତ୍ତୋରୋକ୍ତି ଦେଇଛନ୍ତି l ଉପରୋକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ଭୁବନେଶ୍ୱର ପ୍ରତିନିଧି ଶ୍ରୀମତୀ ସୌଭାଗ୍ୟ ଲଷ୍ମୀ ଦାସ ସହଯୋଗ କରିଥିଲେ l

Nalco
Leave A Reply