Odisha news

ଚିଲିକା ପକ୍ଷୀ ସୁରକ୍ଷା ସଚେତନତା ପଦଯାତ୍ରା

0

ନିରାକାର ପୁର/ ଟାଙ୍ଗୀ,୬/୧୨:  ଆଜି ମଧ୍ୟାହ୍ନରେ ଖୋରଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚିଲିକା ପକ୍ଷୀ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ କୁହୁଡି, ସୋରଣ ଓ ମାନସିଂହ ପୁର ସରପଞ୍ଚ ଅତିଥି ଭାବରେ ଯୋଗ ଦେଇ ପକ୍ଷୀ ସୁରକ୍ଷା ସଚେତନତା ପଦଯାତ୍ରା ରେ ସାମିଲ ହୋଇଥିଲେ । ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାଡ଼ ଧରି ପକ୍ଷୀ ସୁରକ୍ଷା ପାଇଁ ବିଭିନ୍ନ ସଚେତନ ସ୍ଲୋଗାନ ଦେଇ ଗାଁ କୁ ଗାଁ ବୁଲିଥିଲେ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଥିଲେ । ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡ଼ାମଣି ମୁର୍ମୁ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୋରଣ ଫରେଷ୍ଟର,ଫରେଷ୍ଟ ଗାର୍ଡ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply