Odisha news

ଟ୍ରେନରେ ଚଡି ସେଲ୍ଫି ନେବା ହେଲା କାଳ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଛାତ୍ରୀ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ

0

ନିରାକାରପୁର, ୧/୧୨: ପ୍ରତିଦିନ ଭଳି ଆଜି ସାଙ୍ଗ ମାନଙ୍କ ସହ ମର୍ଣିଂ ୱାକରେ ଯାଇଥିବା କଲେଜ ଛାତ୍ରୀ ଶିଳ୍ପା ଅଯଥା ଟ୍ରେନ ଉପରେ ଚଢ଼ି ସେଲ୍ଫୁ ନେବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି  ଯିବାରୁ ପୋଡ଼ିଯାଈ ଗୁରୁତର ହୋଇ ସଙ୍କଟାପନ୍ନ ଅବସ୍ଥାରେ ଜୀବନ ମରଣ ସହିତ କଟକ ହସ୍ପିଟାଲରେ ସଂଗ୍ରାମ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମଳିପଡା ରେ ଘରଦ୍ୱାର କରି ରହୁଥିବା ବେଗୁନିଆ ଥାନା ରାଉତପଡା ଗ୍ରାମର ରଞ୍ଜନ ସାହୁଙ୍କ ଝିଅ ବନିତା ସାହୁ ( ଶିଳ୍ପା) ମଳିପଡା କଲେଜ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ। ସେ ସବୁ ଦିନ ଭୋରୁ ସାଙ୍ଗମାନଙ୍କ ସହିତ ମଳିପଡା ରୁ ତାପଙ୍ଗ ଷ୍ଟେସନ ପଯ୍ୟନ୍ତ ପ୍ରାତଃ ଭ୍ରମଣରେ ଯାଉଥିଲେ। ସବୁ ଦିନ ଭଳି ଆଜି ବି ସାଙ୍ଗ ମାନଙ୍କ ସହିତ ତାପଙ୍ଗ ଷ୍ଟେସନ ପଯ୍ୟନ୍ତ ଯାଇ ଷ୍ଟେସନରେ ଛିଡ଼ା ହୋଇ ଥିବା ଏକ ମାଲବାହୀ ଟ୍ରେକ ଉପରେ ଚଢ଼ି ନିଜ ମୋବାଇଲରେ ସେଲ୍ଡି ନେବାକୁ ଚେଷ୍ଟା କରୁଥିଲା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ଟ୍ରେନ ରୁ ତଳକୁ ଗୁରୁତର ଅବସ୍ଥାରେ ଖସି ପଡ଼ିବାପରେ ଲୋକମାନେ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏମ୍ସ ରେ ଭର୍ତି କରି ଚିକିତ୍ସା କରୁଥିଲେ। ସନ୍ଧ୍ୟାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ହସପିଟାଲକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।

IEC 2 years
Leave A Reply