ନିରାକାରପୁର,:କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବୋରୱଲ ଓ ଚେକଡ୍ୟାମ ଆଦି କରି ଜଳସେଚନର ସୁବିଧା ନିମନ୍ତେ ଯୋଜନା ପରେ ଯୋଜନା ତିଆରି ହେଉଛି । ଜିଲାରେ କେତେ ଜମି ଜଳସେଚିତ ହେଲା, ଜଳସେଚନ ଅଗ୍ରଗତିର ହାର କେତେ ବଢିଛି । ଆଗାମି ବର୍ଷ ମାନଙ୍କରେ ଏହି ହାର କେତେ ବଢିବ ଏସବୁ କାଗଜ ପତ୍ରରେ ଚାଲିଛି । ଅଦୂରଦର୍ଶୀ ବିଭାଗୀୟ ଅଧିକାରୀ ଉଦସୀନତାରୁ ଖାର୍ଦ୍ଧା କ୍ଷୁଦ୍ରଜଳସେଚନ ବିଭାଗ ଅଧିନରେ ଥିବା ଖଜୁରିବନ୍ଧ ପାଇଁ ସବୁଯୋଜନା ବିଫଳ ହୋଇଛି । ଜଙ୍ଗଲ ଭଳି ଅମରି ବଣ ମାଡି ଯାଇଛି । ପ୍ରାୟ ଦୁଇି କି.ମି ପର୍ଯ୍ୟନ୍ତ ପୋତି ହୋଇଗଲାଣି । ଚାଷ ଜମିକୁ ପାଣି ଯୋଗାଇବା ନିମନ୍ତେ ଗୋଟିଏ ଏକ ବୃହତ ଚେକଡ୍ୟାମ ନିର୍ମାଣ କରାଯାଇଛି । ସେହିପରି ଏହି ନାଳର ଉପରମୁଣ୍ଡ (ଆଖୁଆନାଳ)ରେ ଦୁଇ ତିନୋଟି ଚେକଡ୍ୟାମ କରାଯାଇଛି । ଅମରି ପୁରାନାଳକୁ ଗ୍ରାସ କରିଦେବା ବନ୍ଧରେ ପାଣି ରହୁନି । ଖରିଫ ରୁତୁରେ ମଲାଗୁଣୀ ବଢିପାଣିରେ ଟାଙ୍ଗି ତହସିଲ ବାଁବିଲ ମୈାଜାରେ ଅନେକ ଜମି ପଡିଆ ପଡୁଛି । ଖଜୁରିବନ୍ଧ ପାଣିକୁ ବ୍ୟବହାର କରି ଅନେକ ଲୋକ ରବି ଫସଲ କରୁଥିଲେ । ଚାଷୀଙ୍କୁ ସହାୟତା ପାଇଁ ଚେକଡ୍ୟାମ କରାଯାଇଥିଲେ ମଧ୍ୟ ବନ୍ଧ ଖୋଳାଯାଉନି ।
ଧିରେ ଧିରେ ଏହି କ୍ଷୁଦ୍ର ନଦୀ(ନାଳ)ଟି ତାର ଅସ୍ତିତ୍ୱ ହରାଇ ଅମରିବଣର ଭ୍ରମ ସୃଷ୍ଟି କରୁଛି । ନାଳଟି ଉନ୍ନତି ପରିବର୍ତ୍ତେ ଅବନତି ଆଡକୁ ଗତି କରୁଛି । ଜଳସେଚନ ପ୍ରକଳ୍ପ ଗୁଡିକର ପୁନଉଦ୍ଧାର,ଦଳକଢା ଓ ଅମରି ସଫା ପାଇଁ କ୍ଷୁଦ୍ର ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି । କିନ୍ତୁ ଫଳଘର ଶୂନ ଭଳି ହେଉଛି । ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକରେ ଜଳସେଚନ ସୁବିଧା ଅତ୍ୟନ୍ତ ନୈରାଶ ଜନକ ଅଭିଯୋଗ ହେଉଛିା କୈାଣସି ଗୋଟିଏ ହେଲେ ପ୍ରକଳ୍ପ ଲୋକଙ୍କ ଆବଶ୍ୟକତା ମେଣ୍ଟାଉ ପାରୁନି । କେତେକ ପ୍ରକଳ୍ପ ସୁଫଳ ଦେବା ପରିବର୍ତ୍ତେ ଚାଷୀଙ୍କ ପାଇଁ ସଙ୍କଟ ଡାକି ଆଣୁଛି । ସେଥି ମଧ୍ୟରୁ ଖଜୁରିବନ୍ଧ(ଆଖୁଆ ନାଳ) ଗୋଟିଏ । ବର୍ଷା ଦିନେ ଅମରି ବଣଦ୍ୱାରା ପାଣି ବାଟ ଅବରୋଧ ହେଉଛି । ଉପର ମୁଣ୍ଡରୁ ଆସୁଥିବା ପାଣି ବର୍ଷାଦିନେ ଠିକ ରୂପେ ନିଷ୍କାସନ ନହେବାରୁ ଶହଶହ ହେକ୍ଟର ଚାଷ ଜମିରୁ ପାଣି ଛାଡୁନିି । ଏହା ପୁର୍ବରୁ ଝରଥିବା ନାଳଟି କ୍ରମଶ ପୋତି ିହେଲାଣି ।
ଖରାଦିନେ ପାଣି ନରହିବା ଫଳରେ ପାଣିର ଅଭାବରୁ ଫସଲ ମରୁଛି । କେତେ ବେଳେ ପାଣି ନିଷ୍କାସନ ହେଉନିତ କେତେ ବେଳେ ପାଣି ଅଭାବ । ଏହି ଅସୁବିଧା ଚାଷୀଙ୍କ ମୁଣ୍ଡବିନ୍ଧା ପାଲଟିଛି । ଶହଶହ ହେକ୍ଟର ଚାଷ ଜମି ପଡିଆ ପଡୁଥିବା ବେଳେ ଜଳ ସଂପଦ ବିଭାଗ ଏହି କ୍ଷୁଦ୍ରନଦୀର ପୁନଉଦ୍ଧାର ପାଇଁ ଉଦ୍ୟମ କରୁନଥିବାରୁ କୃଷକ ମହଲରେ ହତାସଭାବ ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବେ ଆଖୁଆ ନାଳତଳ ଓ ମଲାଗୁଣୀ ନଦୀ ଉପର ମୁଣ୍ଡରେ ରିୟଲ ଇଷ୍ଟେଟ ବେପାର ଆରମ୍ଭ ହେଉଛି । ଚାଷ ଜମି ପଡିଆ ପଡିବାରୁ ଲୋକ ଜମି ବିକିବାକୁ ବାଧ୍ୟ ହେଉଛନ୍ତି । ରାଜଜଙ୍କିଆ ଡୁବିବନ୍ଧରୁ ବାହାରିଥିବା ଏହି ଆଖୁଆନାଳ(ଖଜୁରିବନ୍ଧ) କମାଗୁରୁ,ଅଚୁ୍ୟତପୁର,ନାଲସିଂ,ତୋଟାପଡା,ବଘେଇପୁଟଦେଇ ମଲାଗୁଣୀ ନଦୀରେ ମିଶିଛି । ନାଳଟିରେ ଅମରି ମାଡିଯିବାରୁ ପାଣି ଠିକ୍ ରୂପେ ନିଷ୍କାସନ ହେଉନି ।
ଫଲରେ ବାଂବିଲି,ନାଲସିଂ,ଜଗନ୍ନାଥପୁରର,ରତାମାଟି,କମାଗୁର,ବେଲପଦା,ତୋଟାପଡା ଆଦି ଗ୍ରାମର ଚାଷୀମାନେ କ୍ରମାଗତ କ୍ଷତି ସହୁଛନ୍ତି । ଜଳସମ୍ପଦ ବିଭାଗରୁ ପୁନଉଦ୍ଧାର ପାଇଁ ଆସୁଥିବା ଅର୍ଥଯଦି ଏଠାରେ ସୁବିନିଯୋଗହୋଇ ପାରନ୍ତେ ତେବେ ୧୦ଟି ରାଜସ୍ୱ ଗ୍ରାମର କୃଷକ ମାନେ ଉପକୃତ ହୋଇପାରନ୍ତେ । ଏବଂ ଏହି ନାଳରେ କରାଯାଇଥିବା ଦୁଇ ତିନୋଟି ଚେକଡ୍ୟାମ ଉପଯୁକ୍ତ ଭାବେ ଲୋକଙ୍କ କାମରେ ଆସନ୍ତା । ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଅମରି ବଣ ସଫା କରି ନାଳ ଖୋଲିବାକୁ ବ୍ୟବସ୍ଥା କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜଙ୍କ ସମେତ କିଛି ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Comments are closed.