ରାୟଗଡା,୫।୫ (Rabindra Patkhandal) ଲକଡାଉନରେ ରାଜସ୍ଥାନ କୋଟାରେ ଫସିରହିଥିବା ୯ଜଣ ଛାତ୍ରଛାତ୍ରୀ ଆଜି ରାୟଗଡା ଫେରିଛନ୍ତି। ପ୍ରାଥମିକ ପରୀକ୍ଷା ପରେ ହୋମ କ୍ବାରାଣ୍ଟାଇନକୁ ଛଡାଗଲା। ଏକ ସ୍ବତନ୍ତ୍ର ବସରେ ମଧ୍ୟାହ୍ନରେ ପହଞ୍ଚିବା ପରେ ପରିବାର ଲୋକଙ୍କ ମନରେ ଆନନ୍ଦ ଖେଳିଯାଇଛି। ଡାକ୍ତ ଶିକ୍ଷା ପାଇଁ ରାୟଗଡା ସହର ସହ କାଶୀପୁର, ଜେକେପୁର ଓ ଗୁଡାରୀ ଗ୍ରାମର ୬ଜଣ ପୁଅ ଏବଂ ୩ଜଣ ଝିଅ କୋଟାରେ ରହିଆସୁଥିଲେ। ଲକଡାଉନ ପରେ ସମ୍ପୂର୍ଣ୍ଣ ରୂପେ କୋଟାରେ ଜୀବନ ଜୀବିକା ଠପ ହୋଇଗଲା।
ସେମାନେ ରହୁଥିବା ଛାତ୍ରାବାସରେ କିଛି ଦିନ ଖାଦ୍ୟପେୟ ମିଳିଥିଲା। ପରବର୍ତ୍ତୀ ସମୟରେ ଖାଇବା ମଧ୍ୟ ମିଳିବା କଷ୍ଟକର ହୋଇପଡିଲା। ଫଳରେ କୋଟା ଛାଡିବାକୁ ସଭିଏଁ ନିସ୍ପତି ନେଇଥିଲେ। ଅଭିବାବକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲା ପ୍ରଶାସନ ରାଜସ୍ଥାନ ସରକାର ଏବଂ ଜିଲ୍ଲା ପ୍ରଶାସନ ସହ ସମ୍ପର୍କ କରିବା ପରେ ଏକ ସ୍ବତନ୍ତ୍ର ବସରେ ୩ତାରିଖ ଅପରାହ୍ନରେ ବାହାରି ଥିଲେ। ପ୍ରାୟ ୫୦ଘଣ୍ଟାରେ ୧୭୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଆଜି ମଧ୍ୟାହ୍ନରେ ରାୟଗଡାରେ ଆସି ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗୋବିନ୍ଦଚନ୍ଦ୍ର ହାଇସ୍କୁଲ ଠାରେ ଡାକ୍ତର ପ୍ରାଥମିକ ଯାଞ୍ଚ କରିଥିଲେ। ପରେ ନିଜନିଜର ଘରେ ହୋମ କ୍ବରେନଟାଇନରେ ରହିବାକୁ ପରାମର୍ଶ ଦେଇ ଛଡାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି।
2 Attachments