Odisha news

ସୌରଭ ସୁରେଖା ମେମୋରିଆଲ ବିଜ୍ଞାନ କେନ୍ଦ୍ର ଲୋକାର୍ପିତ

0

ନିମାପଡ଼ା  : ନିମାପଡା ଶେଉଳସାହି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ସୌରଭ ଶୁରେଖା ମେମୋରିଆଲ ବିଜ୍ଞାନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଏହି ବିଜ୍ଞାନ କେନ୍ଦ୍ରକୁ  ସମାଜ କର୍ମୀ  ସୀତା ଦେବୀ ସୁରେଖା ଉଦଘାଟନ କରି  ବିଜ୍ଞାନ ପ୍ରତି ଗ୍ରାମାଞ୍ଚଳର  କୋମଳମତି ଶିଶୁ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସମାଜ କର୍ମୀ  ସଜ୍ଜନ କୁମାର ସୁରେଖା କହିଲେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଦିଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଭୂମିକା ଅତୁଳନୀୟ । ଏହି ଅବସରରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ନିଧି ସୁରେଖା, ସୁଶିଲ ସୁରେଖା, ଶ୍ୱେତା ସୁରେଖା, ସ୍ମିତା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ଶିକ୍ଷା ପାଇଁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା।  ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ସାମରିକ କଳାର ପ୍ରଦର୍ଶନ ମଧ୍ୟ କରିଥିଲେ ।  ଶିକ୍ଷା କେନ୍ଦ୍ରର ସମ୍ପାଦକ ଡଃ. ବେଣୁଧର ସେନାପତି ଅତିଥି ପରିଚୟ ଦେଇଥିବା ବେଳେ ଅଧକ୍ଷା  ମିନତି ସେନାପତି ଧନ୍ୟବାଦ୍ ଅର୍ପଣ କରିଥଲେ ।

Nalco
Leave A Reply