ନିମାପଡ଼ା,୨୭/୭ : ନିକଟସ୍ଥ ଭାଟବନ୍ଧ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନିମାପଡ଼ା ବିଜେପି ମଣ୍ଡଳର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ମଣ୍ଡଳ ସଭାପତି ମାନସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଯୋଗଦେଇ ସମସ୍ତ ବୁଥ ରେ ନୂତନ କମିଟି ଗଠନ ଓ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ ।ଆସନ୍ତା ଅଗଷ୍ଟ ୧୧ ରୁ ୧୫ ତାରିଖ ମଧ୍ୟରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ସମସ୍ତେ ସାମିଲ ହେବା ପାଇଁ ସାଧାରଣ ଲୋକ ମାନଙ୍କ ପାଖରେ ବାର୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଅମୃତ ମହୋତ୍ସବରେ ସାମିଲ ହେବା ପାଇଁ ବୈଠକରେ ସ୍ଥିର କରଯାଇଥିଲା।କାର୍ଯ୍ୟକ୍ରମରେ ବିଜେପି ନେତା ଦିଲ୍ଲୀପ ନାୟକ,ମଣ୍ଡଳ ସାଧାରଣ ସମ୍ପାଦକ ସତ୍ୟ ଭୂଷଣ ସ୍ୱାଇଁ,ବିଜୟ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ସାହୁ,ପୂର୍ଣ୍ଣ ଚନ୍ଦ୍ର ଓଝା,ସରପଞ୍ଚ ତପନ ମଲ୍ଲିକ,ରମେଶ ବାଘ ପ୍ରମୁଖ ଯୋଗ ଦେଇଥିଲେ ।ମଣ୍ଡଳର କୋଷାଧ୍ୟକ୍ଷ ଆର୍ତ୍ତ ତ୍ରାଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକ ରେ ସମସ୍ତ ବୁଥ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ମଣ୍ଡଳ ପଦାଧିକାରୀ, ନିର୍ବାଚିତ ପ୍ରତିନିଧିମାନେ ଓ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
